ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

NEWS7
west-indie-beat-australia-by-16-runs-in-5th-t-20i-match-evin-lewis-player-of-the-match

ଦେବଗଡ଼: ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ସଦସ୍ୟ। ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳ ରତନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳ ଖଳିନାଳୀ ଗ୍ରାମର ବାବୁ ଅମରନାଥ ସାହୁ। ସେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳରେ ଟାଟା ପାୱାରରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରୁ ଅମରନାଥ ନିଖୋଜ ଥିଲେ। ହେଲେ ଶୁକ୍ରବାର ଅମରନାଥଙ୍କ ମୃତଦେହ ରତନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ରିଆମାଳ ପୋଲିସକୁ ଖବର ଦେଇଥିଲେ। ମୃତଦେହ ଠାରୁ କିଛି ଦୂରରେ ମୃତକଙ୍କ ବ୍ୟାଗ ଓ ମୋଟରସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି। ମୃତଦେହ ମାଟିରେ ଲାଗିଥିବାବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ତେବେ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସନ୍ଧାନୀ କୁକୁରକୁ ନେଇ ଅଧିକ ତଦନ୍ତ କରାଯାଉଛି।