୩ ମାର୍ଚ୍ଚରେ ସିଂହ ରାଶିରେ ଚନ୍ଦ୍ରଗ୍ରହଣ,କୁମ୍ଭ ରାଶିରେ ବୁଧ,ମଙ୍ଗଳ,ସୂର୍ଯ୍ୟ ଓ ରାହୁ ମିଶି କରିଦେବେ ମାଲେମାଲ

NEWS7
west-bengal-lockdown-removed-by-unlock-4-new-guide-line

ନୂଆଦିଲ୍ଲୀ୨/୦୩ : ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ।  ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୨୦ରେ ଆରମ୍ଭ ହେବ ଏବଂ ସଂଧ୍ୟା ୬ଟା ୪୭ ଯାଏ ଚାଲିବ । ଗ୍ରହଣର ମୋଟ୍ ଅବଧି ୩ଘଣ୍ଟା ୨୭ ମିନିଟ୍ ଯାଏ ହେବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ରଗ୍ରହଣର ଦୁର୍ଲଭ ଦୃଶ୍ୟ ମାର୍ଚ୍ଚ ୩ ମଙ୍ଗଳବାର ଦେଖିବାକୁ ମିଳିବ । ଭାରତରେ ମଧ୍ୟ କିଛି ସମୟ ପାଇଁ ଗ୍ରହଣର ପ୍ରଭାବ ରହିବ । ଏହି ବର୍ଷ ଚନ୍ଦ୍ରଗ୍ରହଣ ଲାଗିବା ପରେ ଚନ୍ଦ୍ରମା ସିଂହ ରାଶିରେ ବିରାଜମାନ କରିବେ । ଯେଉଁଠି ପ୍ରଥମରୁ ହିଁ କେତୁ ଗ୍ରହ ଅଛନ୍ତି । ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣରେ ସିଂହ ରାଶିରେ କେତୁ ଚନ୍ଦ୍ରର ୟୁତି ହେବ । ଏହା ସହ କୁମ୍ଭ ରାଶିରେ ବୁଧ, ସୂର୍ଯ୍ୟ,ମଙ୍ଗଳ ଓ ରାହୁ ମଧ୍ୟ ବିରାଜମାନ ହେବେ । ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶି ଉପରେ ପ୍ରଭାବ ପଡିବ । ଚନ୍ଦ୍ର ଗ୍ରହଣ ଲାଗିବା ପରେ କିଛି ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । କିଛି ରାଶିଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ।

ପଣ୍ଡିତ ଗୋବିନ୍ଦ ବଲ୍ଲଭ ଶର୍ମାଙ୍କ ଅନୁସାରେ କେଉଁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଚନ୍ଦ୍ରଗ୍ରହଣ

ଧନୁ ରାଶି

-କ୍ୟାରିୟରରେ ସଫଳତା ମିଳିବ

-ଧନଲାଭର ସୁଯୋଗ ରହିବ

- ସଂପର୍କରେ ସୁଧାର ଆସିପାରେ

- ପରିବାରର ସମର୍ଥନ ମିଳିବ

ପ୍ରତିକାର: ଗୁରୁ ମନ୍ତ୍ରର ଜପ କରନ୍ତୁ

ତୁଳା ରାଶି

-ଆର୍ଥିକ ସ୍ଥିତିରେ ସୁଧାର ଆସିବ

-ଲଭ ଲାଇଫରେ ଆସୁଥିବା ବାଧା ଦୂର ହେବ

-କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ

-ଘରେ ଶାନ୍ତି ବଜାୟ ରହିବ

ପ୍ରତିକାର: ମାତା ଦୁର୍ଗାଙ୍କ ପୂଜା କରନ୍ତୁ

ସିଂହ ରାଶି

-ମାନ ସମ୍ମାନ ବୃଦ୍ଧି ହେବ

-ଆତ୍ମବିଶ୍ବାସ ବୃଦ୍ଧି ହେବ

-କାମ ଉପରେ ଫୋକସ୍ ରହିବ

-ବ୍ୟବସାୟରେ ଲାଭ ହୋଇପାରେ

ପ୍ରତିକାର:ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ମୀନ ରାଶି

-ସଫଳତା ପାଇବା ସହ ଲାଭବାନ ହୋଇପାରନ୍ତି

-ଦାୟିତ୍ବ ଠିକ ଭାବରେ ପୁରା କରିପାରନ୍ତି

-ପୋଜିଟିଭ ଅନୁଭବ କରିବେ

ପ୍ରତିକାର:ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ

ବୃଷ ରାଶି

-ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରନ୍ତି

-ଧାର୍ମିକ କାର୍ଯ୍ୟରେ ମନ ଲାଗିବ

-ସୁଖ ଶାନ୍ତି ବଜାୟ ରହିବ

ପ୍ରତିକାର:ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ

ଦ୍ରଷ୍ଟବ୍ୟ: ଆମେ ଦେଇଥିବା ସୂଚନା ଏକ ତଥ୍ୟ ଉପରେ ଆଧାରିତ । ଏହା ପୁରା ସଠିକ ବୋଲି ଆମେ କହିନୁ । ବିସ୍ତୃତ ଭାବରେ ଜାଣିବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।