ରାତି ଅଧରେ ବୁଲଡୋଜର ଆକ୍ସନ୍, ମସଜିଦ ପାଖରୁ ହଟିଲା ବେଆଇନ ମଣ୍ଡପ ଏବଂ ଦୋକାନ

NEWS7
west-bengal-cm-mamata-banerjee-arrives-in-odisha

ନୂଆଦିଲ୍ଲୀ, ୦୭/୦୧ : ରାତି ଅଧରେ ବୁଲଡୋଜର ଆକ୍ସନ୍ । ରାଜଧାନୀ ନୂଆଦିଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ ବୁଲଡୋଜର ଚାଲିଛି । ରାତି ପ୍ରାୟ ୧ଟା ବେଳେ ତୁର୍କମାନ ଗେଟ୍ ପାଖରେ ଥିବା ଫୈଜ-ଏ-ଇଲାହୀ ମସଜିଦ ପାଖରେ ବଡ ଆକ୍ସନ୍ ନେଇଛି ପ୍ରଶାସନ । ଏଠାରେ ବେଆଇନ ଭାବେ ଗଢି ଉଠିଥିବା ଅନେକ ଘରକୁ ଭାଙ୍ଗି ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ୩୦ଟି ବୁଲଡୋଜନର ନିୟୋଜିତ ହୋଇଛି । ତେବେ ସ୍ଥାନୀୟ ଲୋକେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଫଳରେ ଅଧିକ ପୋଲିସ ଫୋର୍ସ ମୁତୟନ କରିବାକୁ ପଡିଛି ।

ସ୍ଥାନୀୟ ଡିସିପିଙ୍କ କହିବାନୁସାରେ, ଜବର ଦଖଲ ଉଚ୍ଛେଦ ବେଳେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏପରିକି ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୫ ପୋଲିସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଯେଉଁମାନେ ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଚିହ୍ନଟ କରାଯାଉଛି । ଖୁବ୍ ଶୀଘ୍ର ସେମାନେ ଗିରଫ ହେବେ ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ମସଜିଦ ପାଖରେ ଏକ କଲ୍ୟାଣ ମଣ୍ଡପ ଥଲା । ଯାହାକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ତାକୁ ଭାଙ୍ଗି ଦିଆଯାଇଛି । ଏହାବ୍ୟତୀତ ଆଉ କିଛି ବେଆଇନ ଘରକୁ ଉଚ୍ଛେଦ କରାଯାଇଛି । ଏଥିରେ ଦୁଇଟି ଦୋକାନ ମଧ୍ୟ ରହିଛି ।

କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଆକ୍ସନ୍

ମସଜିଦ ନିକଟରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା । ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି । କୋର୍ଟ ମଧ୍ୟ ଆକ୍ସନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୨ରେ ହୋଇଥାନ୍ତା । ଏହାପୂର୍ବରୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।