LIVE TV

ଜମିଜମା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ, ସାନ ଭାଇ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ

NEWS7
weather-update-in-odisha-82

ଜଳେଶ୍ବର ୧୦: ଜମିଜମା ଭାଗବଣ୍ଟାକୁ ନେଇ ସାନ ଭାଇ ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ । ସାନ ଭାଇ ଥାନାରେ ଅଟକ । ପୋଲିସର ତଦନ୍ତ ଜାରି ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା  ବଣକାଟି ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ସ୍ବର୍ଗତ ନିତାଇ ସିଂଙ୍କ ସାନ ପୁଅ ଅଭିରାମ ସିଂ ଓବଡ ଭାଇ ଖୁଧିରାମ ସିଂଙ୍କ ମଧ୍ୟରେ ପୂର୍ବରୁ ଜମି ଭଗବାଣ୍ଟାକୁ ନେଇ ବାଦ୍ ବିବାଦ ଲାଗି ରହିଥିଲା । ତେବେ ଗତ ସୋମବାର ଦିନ ସାନ ଭାଇ ଅଭିରାମ ଜମି ଭଗବାଣ୍ଟାକୁ ନେଇ ବଡ଼ ଭାଇ ଖୁଧିରାମକୁ ଠେଙ୍ଗାରେ ଆକ୍ରମଣ କରିଥିଲା ଏହି ଆକ୍ରମଣରେ ଖୁଧିରାମ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ହାତୀଗଡ ହସ୍ପିଟାଲ ଓ ତାପରେ ବାରିପଦା  ଓ ପରେ ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ମଙ୍ଗଳବାର ଖୁଧିରାମର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା ବେଳେ ବୁଧବାର ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ଏ ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ଅଭିରାମ ଫେରାର ଥିଲା ରାଇବଣିଆ ଥାନା ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା ଓ ତାଙ୍କ ଟିମ୍ ଅଭିରାମକୁ କମର୍ଦା ଅଞ୍ଚଳରୁ ଗିରଫ କରି  ଅଧିକ ତଦନ୍ତ ଜାରି ରଖିଛନ୍ତି