ଏଥର ତାମିଲନାଡୁ ପରମ୍ପରାକୁ ସମ୍ମାନ, ବଜେଟ୍‌ରେ ନିର୍ମଳା ସୀତାରମଣଙ୍କ କାଞ୍ଜିଭରମ୍ ଶାଢିକୁ ନେଇ ଚର୍ଚ୍ଚା

NEWS7
weather-update-in-odisha-74

ନୂଆଦିଲ୍ଲୀ ୦୧।୦୨; ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ ଦେଶର ନଜର କେନ୍ଦ୍ର ବଜେଟ୍ ଉପରେ ଥାଏ।ଏଥର ନବମ ଥର ଲାଗି ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେହେତୁ ବଜେଟ୍ ପୁରା ଦେଶର ଅର୍ଥାବ୍ୟବସ୍ଥା ଉପରେ ନିର୍ଭର କରେ, ତେଣୁ ଏହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା।ହେଲେସେତେବେଳେ ଆଉ ଏକ କଥା ମଧ୍ୟ ଆଲୋଚନାର ବିଷୟ ହୋଇଯାଏ । ତାହା ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍-ଡେ ଲୁକ୍।

ବଜେଟ୍ ଭାଷଣ ପୂର୍ବରୁ ତାଙ୍କ ଲୁକ୍‌କୁ ନେଇ ଲୋକମାନେ ଖୁବ୍ ଉତ୍ସାହିତ ରହିଥାନ୍ତି। ସେ ସଂସଦରେ ପହଞ୍ଚିବା ମାତ୍ରେ ତାଙ୍କ ଶାଢ଼ି ବିଶେଷ ଦୃଷ୍ଟି ଆକର୍ଷଣ କରେ। ପ୍ରତିବର୍ଷ ନିର୍ମଳା ହସ୍ତତନ୍ତ ଶାଢ଼ି ପିନ୍ଧନ୍ତି। ସେ ପିନ୍ଧୁଥିବା ହସ୍ତତନ୍ତ ଶାଢ଼ିର ରଙ୍ଗ, ଡିଜାଇନ୍ ଏବଂ ଆଞ୍ଚଳିକ କାରିଗର ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରନ୍ତି। ୨୦୨୬ କେନ୍ଦ୍ର ବଜେଟରେ ମଧ୍ୟ ସମାନ ପ୍ରକାରର ଢାଞ୍ଚା ଦେଖିବାକୁ ମିଳିଛି । ଚଳିତ ବର୍ଷ, ବଜେଟରେ, ତାଙ୍କର ଲୁକରେ ପରମ୍ପରା ଏବଂ ସୁସଙ୍ଗତତାର ଏକ ଉତ୍ତମ ସନ୍ତୁଳନ ରହିଛି।

ସେ ଏକ ଏକ ଗାଢ଼ ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଯେଉଁଥିରେ ଅତି ସୂକ୍ଷ୍ମ ଏବଂ ସରଳ ବର୍ଡର ହୋଇଛି। ତାହା ଏକ ହାତବୁଣା ବାଇଗଣୀ କାଞ୍ଜିବରମ୍ ସିଲ୍କ ଶାଢ଼ି ପିନ୍ଧିଛନ୍ତି। ଏହା ତାମିଲନାଡୁର ଏକ ପାରମ୍ପରିକ କାଞ୍ଜିଭରମ୍ ସିଲ୍କ ଶାଢ଼ି । ଏହି ବାଇଗଣୀ ରଙ୍ଗର 'କଟ୍ଟମ୍ କାଞ୍ଜିଭରମ୍' ଶାଢ଼ିରେ ହାଲୁକା ସୁନେଲି ଚେକ୍ ଡିଜାଇନ୍ ଅଛି। ଯାହାକୁ ତାମିଲରେ କଟ୍ଟମ୍ କୁହାଯାଏ। ଉଲ୍ଲେଖଯୋଗ୍ୟ, ଏହି ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି, ତେଣୁ ଏହି ଶାଢ଼ିକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଏହି ପ୍ରକାରର ଶାଢ଼ିକୁ ରାଜକୀୟ ବୋଲି ବିବେଚନା କରାଯାଏ ଏବଂ ପ୍ରାୟତଃ ମହିଳାମାନେ ବିଶେଷ ଅବସରରେ ଏହାକୁ ପିନ୍ଧନ୍ତି। ସମ୍ପୂର୍ଣ୍ଣ ଶାଢ଼ୀରେ ଏକ ଚେକର୍ଡ ପ୍ୟାଟର୍ନ ଅଛି। ଏହି ପ୍ୟାଟର୍ନଟି ସୁନେଲି ସୂତାରେ ତିଆରି ହୋଇଛି, ଯାହା ଶାଢ଼ୀକୁ ଏକ ଟେକ୍ସଚର୍ଡ ଲୁକ୍ ଦେଇଛି। ଏହି ପ୍ରକାରର ପ୍ୟାଟର୍ନ ଦକ୍ଷିଣ ଭାରତୀୟ ହସ୍ତତନ୍ତ ଶାଢ଼ିର ଏକ ପ୍ରମୁଖ ପରିଚୟ। ଏଥି ସହିତ ତାଙ୍କ ଶାଢ଼ି ଲୁକ୍ କୁ ସମ୍ପୂର୍ଣ୍ଣ କରିବା ପାଇଁ, ସବୁଦିନ ପରି ସେ ଛୋଟ ଷ୍ଟଡ୍ କାନଫୁଲ ପିନ୍ଧିଥିଲେ। ଯାହା ଖୁବ୍ ସୁନ୍ଦର ଦେଖାଯାଉଥିଲା।

ନିର୍ମଳା ସୀତାରମଣଙ୍କ ବଜେଟ୍ ଦିବସ ଶାଢ଼ୀ କେବଳ ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ନୁହେଁ, ଏହା ଦେଶର କାରିଗର, ବୁଣାକାର ଏବଂ ପାରମ୍ପରିକ କଳାକୁ ପ୍ରଦର୍ଶନ କରିବାର ଏକ ମାଧ୍ୟମ ପାଲଟିଛି। ପ୍ରତିବର୍ଷ, ସେ ବୁଣାକାର ଏବଂ ଭାରତୀୟ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଶାଢ଼ୀ ପିନ୍ଧନ୍ତି। ଏହି କାରଣରୁ ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ତାଙ୍କ ଶାଢ଼ୀ ଉପରେ ଧ୍ୟାନ ଦିଅନ୍ତି।