ରିସୋର୍ଟରେ ବିସ୍ଫୋରଣ : ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଭୟଙ୍କର ଶବ୍ଦ, ଅନେକ ମୃତ

NEWS7
weather-update-in-odisha-40

ମୋଣ୍ଟାନା, ୦୧/୦୧ : ନ୍ୟୁ ଇୟର୍ ପାର୍ଟିରେ ବିସ୍ଫୋରଣ । ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଥରିଲା କ୍ଲବ୍ । ଜୀବନ ହାରିଲେ ଅନେକ ପର୍ଯ୍ୟଟକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସ୍ୱିଜରଲ୍ୟାଣ୍ଡରେ ଥିବା ଆରପାଇନ୍ ସ୍କାଏ ରିସୋର୍ଟରେ ।

ସ୍ୱିସ ପୋଲିସର କହିବାନୁସାରେ, ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନାରେ ଆଲପାଇନ୍ ସ୍କାଏ ରିସୋର୍ଟ ରହିଛି । ଏହାକୁ ସହରର ସବୁଠୁ ବିଳାସପୂର୍ଣ୍ଣ ରିସୋର୍ଟ କୁହାଯାଏ । ବୁଧବାର ମଧ୍ୟରାତ୍ର ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରେ ଏଠାରେ ପାର୍ଟି ହେଉଥିଲା । ଶହଶହ ବ୍ୟକ୍ତି ନୂଆ ବର୍ଷ ସେଲିବ୍ରେସନ ପାଇଁ ଏଠାରେ ଏକତ୍ର ହୋଇଥିଲେ । କିନ୍ତୁ ହଠାତ ବିସ୍ପୋରଣ ହୋଇଥିଲା । କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ପୋଲିସ ମୁଖପାତ୍ର ଓ୍ୱାଲିସ୍ କ୍ୟାଣ୍ଟନ୍ କହିଛନ୍ତି ଯେ, ବିସ୍ଫୋରଣ ଭୟଙ୍କର ଥିଲା । ଏଥିରେ ଅନେକ ମୃତାହତ ହୋଇଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେ ଜଣ ପ୍ରାଣ ହରାଇଛନ୍ତି ତାହାର ତଥ୍ୟ ମିଳିନାହିଁ । ଶୀଘ୍ର ଏବାବଦରେ ସୂଚନା ଦିଆଯିବ ବୋଲି ଓ୍ୱାଲିସ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାତି ୧ଟା୩୦ରେ ରିସୋର୍ଟର ଲେ କନଷ୍ଟେଲସନ ବାରରେ ବିସ୍ଫୋରଣ ଘଟିଥିଲା । ଏଥିରେ ଅନେକ ପର୍ଯ୍ୟଟକ ଥିଲେ । ସେମାନେ ନୂଆବର୍ଷ ପାର୍ଟି କରୁଥିବା ବେଳେ ବାରରେ ଜୋରରେ ଶବ୍ଦ ହୋଇ ନିଆଁ ଲାଗିଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇଥିଲେ ।