LIVE TV

ICC Women's World Cup: ପ୍ରଥମ ଥର ଫାଇନାଲରେ ଦ. ଆଫ୍ରିକା, ସେମିରେ ଇଂଲଣ୍ଡକୁ ଦେଲା ମାତ୍

NEWS7
wb-pineapple-cultivators-stop-export-to-nepal

ଗୌହାଟୀ: ମହିଳା ବିଶ୍ଵକପ୍ ୨୦୨୫ରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ୧୨୫ ରନରେ ଇଂଲଣ୍ଡକୁ ହରାଇଛି। ଲଉରା ଓ୍ଵଲଭାର୍ଡଙ୍କ ୧୬୯ ରନର ଇନିଂସ ଓ  ମାରିଜାନେ କପଙ୍କ ଘାତକ ବୋଲିଂ ଦଳକୁ ଫାଇନାଲରେ ପହଞ୍ଚାଇଛି। ଆଉ ମହିଳା ବିଶ୍ଵକପ୍ ଇତିହାସରେ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ହରାଇ ୩୧୯ ରନ କରିଥିଲା। ଜବାବରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୯୪ ରନରେ ଅଲଆଉଟ୍ ହୋଇଛି। ଆସନ୍ତାକାଲି ଦ୍ଵିତୀୟ  ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ