ପୁତୁରା ଭୁଲିଗଲା ସମ୍ପର୍କ : ବିଧବା ଖୁଡିକୁ ଦେଖି ଆସିଲା କାମୁକ ଭାବନା, ଲୁଟିଲା ଇଜ୍ଜତ

NEWS7
wb-cm-and-governor-now-can-not-use-red-light-vehicle

ଜି ଉଦୟଗିରି,୧|୦୧ : ଖୁଡି ଉପରେ ଥିଲା ପୁତୁରାର ପାପ ନଜର । ସୁଯୋଗ ଖୋଜୁଥିଲା ପୁତୁରା ଶେଷରେ ମିଳିଥିଲା ସୁଯୋଗ । ଏକୁଟିଆ ଦେଖି ମନରେ ଭରିଗଲା କାମୁକ ଭାବନା । ଭୁଲି ଗଲା ସମ୍ପର୍କ । ଆଉ ଦୁଷ୍କର୍ମ କଲା । ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଅଞ୍ଚଳରେ ।

ସୂଚନାନୁସାରେ, ଜି.ଉଦୟଗିରି ଆଦର୍ଶ ଥାନା ଅଞ୍ଚଳ ଅନ୍ତର୍ଗତ ରେଟୁଡ଼ି ଗ୍ରାମରେ ରୁହନ୍ତି ଜଣେ ବିଧବା ମହିଳା । ମହିଳାଙ୍କ ବୟସ ପ୍ରାୟ୬୫ରୁ୭୦ହେବ । ଦୀର୍ଘଦିନ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଗତ ଜାନୁଆରୀ ୧୮ ତାରିଖରେ ମହିଳାଜଣଙ୍କ ଘରେ ଏକୁଟିଆ ଥିବା ବେଳେ ପୁତୁରା ରାଜେଶ ସାହୁ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହାସହ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଖୁଡି ଥାନାରେ ଅଭିଯୋଗ କରିଛନ୍ତି ।

ଥାନା ଅଧିକାରୀ, ବିଜୟ କୁମାର ସ୍ଵାଇଁଙ୍କ କହିବାନୁସାରେ, ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୧୫ ସହ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୬୪(୨)(ଏଫ)/୩୫୧(୩)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ରାଜେଶ ସାହୁଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏହାସହ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ତେବେ ଅତ୍ୟଧିକ ମଦ୍ୟପାନ କରି କିମ୍ବା ନିଜ ଯୌନ ଲାଳସା ମେଣ୍ଟାଇବା ପାଇଁ ରାଜେଶ ଏପରି ଅଭାବନୀୟ ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଏପରିକି ଅଭିଯୁକ୍ତ ପତ୍ନୀ ସହ ତିନୋଟି ସନ୍ତାନ ରହିଛନ୍ତି । ତାଙ୍କ ସ୍ତ୍ରୀ ବାହାରେ ରହି କାମ କରୁଥିବା ଜଣା ପଡିଛି ।