LIVE TV

ଭଦ୍ରକ ପୋଲିସର ଚଢାଉ, ୧୨ ବାଂଲାଦେଶୀ ଅଟକ

NEWS7
water-release-through-18-gates-of-hirakud-reservoir

ଭଦ୍ରକ ୧୮।୧୧ : ଆକ୍ସନରେ ପୋଲିସ । ବାଂଲାଦେଶୀ ସନ୍ଦେହରେ ୧୨ ଜଣ ଅଣଓଡ଼ିଆକୁ ଅଟକ ରଖିଛି । ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବାଇପାସ ଛକ ନିକଟରୁ କିଛି ଅଣଓଡ଼ିଆକୁ ଅଟକ ରଖିଛି ପୋଲିସ।

ଆକ୍ସନରେ ପୋଲିସ । ଖୋଜିଖୋଜି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉଛି । ସୋମବାର ଦିନ କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ଆଜି ଭଦ୍ରକରେ ଚାଲିଛି ଛାନଭିନ୍ । ଭଦ୍ରକ ଜିଲ୍ଲା ବିଭିନ୍ନ ସ୍ଥାନରେ ଚଢାଉ କରି ୧୨ ଜଣ ଅଣଓଡ଼ିଆଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ବିଭିନ୍ନ ସ୍ଥାନରେ ଫେରି ବେପାର କରନ୍ତି । ତେବେ ପ୍ରାଥମିକ ଭାବେ ଏମାନେ ମୁର୍ଶିଦାବାଦ ଅଞ୍ଚଳର ବୋଲି କାଗଜପତ୍ରରୁ ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଟକ ଥିବା ଲୋକେ କେବେ ଓ କେଉଁ ଦିନରୁ ଭଦ୍ରକରେ ରହୁଛନ୍ତି। ସେନେଇ ଚାଲିଛି ଖୋଳତାଡ଼ ।