ବିଦେଶୀ ଲିଗ୍ ଖେଳିବେ ରୋହିତ-ବିରାଟ ! ମୁହଁ ଖୋଲିଲେ IPL ଚେୟାରମ୍ୟାନ୍

NEWS7
water-bell-will-start-from-today-in-all-school-of-ganjam

ନୂଆଦିଲ୍ଲୀ, ୧୮/୧୨: ଆଇପିଏଲର ୨୦୨୬ ସିଜିନ୍ ପାଇଁ ସରିଛି ମିନି ଅକ୍ସନ୍ । ସବୁ ଦଳ ନିଜ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି । ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ ହେଉଛି ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ । ଫ୍ୟାନ୍ସମାନେ ମଧ୍ୟ ଏହାକୁ ଅନାଇ ବସିଥାନ୍ତି । କାରଣ ସେମାନଙ୍କ ଫେଭରେଟ୍ କ୍ରିକେଟର ଏଥିରେ ନଜର ଆସିଥାନ୍ତି ।

ସବୁଠାରୁ ବଡ କଥା ହେଉଛି ଯେ, ଟିମ୍ ଇଣ୍ଡିଆରେ ଖେଳୁଥିବା ଷ୍ଟାର୍ ପ୍ଲେୟାର ଆଇପିଏଲ ଖେଳନ୍ତି । ସେମାନଙ୍କୁ ବିଶ୍ୱର ଅନ୍ୟ କୌଣସି ଲିଗରେ ଖେଳିବାକୁ ଅନୁମତି ମିଳେ ନାହିଁ । ଅବସର ନନେଲା ଯାଏଁ ସେମାନେ ବିଦେଶୀ ଲିଗ ଖେଳି ପାରିବେ ନାହିଁ । ଏମିତି କିଛି ବିସିସିଆଇର ନିୟମ ରହିଛି । କିଛି ଦିନ ହେଲା ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଷ୍ଟାର୍ ପ୍ଲେୟାର ବିଦେଶୀ ଲିଗରେ ଖେଳିବେ ବୋଲି ଖବର ଆସୁଥିଲା । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇପିଏଲର ଚେୟାରମ୍ୟାନ୍ ଅରୁଣ ସିଂ ଧୁମାଲ୍ ।

ଅରୁଣ ସିଂ କହିଛନ୍ତି ଯେ, ଖେଳାଳି ବର୍ଷ ସାରା ବ୍ୟସ୍ତ ରୁହନ୍ତି । ଅନ୍ତର୍ଜାତୀୟ ଖେଳାଳିମାନେ ଘରୋଇ କ୍ରିକେଟ୍ ଖେଳିବା ନେଇ ମଧ୍ୟ ନିୟମ ଅଛି । ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସେମାନେ ଖେଳୁଛନ୍ତି । ସାରା ଦେଶରେ ସେମାନଙ୍କ ଅଗଣିତ ଫ୍ୟାନ୍ସ ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଷ୍ଟାର୍ ପ୍ଲେୟାରାମାନେ ବିଦେଶରେ ଖେଳିବା ପାଇଁ ସମୟ ପାଇବେ ନାହିଁ । ଏହାସହ ଦେଶ ପ୍ରତି ସେମାନଙ୍କର ଦାୟିତ୍ୱ ରହିଛି । ଏବେ କିମ୍ବା ନିକଟ ଭବିଷ୍ୟତରେ କୌଣସି ବଡ ଖେଳାଳି ବିଦେଶୀ ଲିଗରେ ନଜର ଆସିବେ ନାହିଁ । କିଛି ଖେଳାଳି ତିନୋଟି ଫର୍ମାଟ ଖେଳୁଛନ୍ତି । ସେମାନଙ୍କୁ ସମୟ ମିଳେନାହିଁ । କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି । ସେମାନେ ବିଶ୍ରାମ ପରେ ପୁଣି ଦଳକୁ ଫେରୁଛନ୍ତି । ଜସପ୍ରିତ ବୁମରାଙ୍କ ଭଳି ଭାରତୀୟ ବୋଲର କିଛି ଟେଷ୍ଟ ଖେଳି ଥକିଯାଆନ୍ତି । ଏପରି କାର୍ଯ୍ୟ ବ୍ୟସ୍ତତାରେ ସେ ବାହାର ଲିଗ୍ ଖେଳିବା ପାଇଁ ଚାହିଁବେନି ବୋଲି ଅରୁଣ କହିଛନ୍ତି ।