LIVE TV

ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଆନନ୍ଦ ଉତ୍ସବରେ କଟିବ, ମନରେ ନୂତନ ଶକ୍ତିର ସଞ୍ଚାର ହେବ

NEWS7
warrant-against-kangana-ranaut-on-javed-akhtar-defamation-case

ମେଷ- ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନେବା ଉଚିତ ନୁହେଁ କର୍ମ କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ। ପୁରୁଣା ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଲାଭ ଦେବ।

ବୃଷ- କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇ ସଫଳତା ପାଇବେ ।ବ୍ୟବସାୟରେ ଲାଭର ଯୋଗ ରହିଛି ବୃଦ୍ଧ ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆଣନ୍ତୁ।

ମିଥୁନ- ଦିନଟି ଆନନ୍ଦ ଉତ୍ସବରେ କଟିବ । ମନରେ ନୂତନ ଶକ୍ତିର ସଞ୍ଚାର ହେବ । ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆଇନଗତ କାଗଜପତ୍ର କାର୍ଯ୍ୟରେ ସଫଳତା ମିଳିବ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ନିବିଡ଼ ହେବ।

କର୍କଟ- ଇଚ୍ଛା ପୂରଣ ପାଇଁ ଦିନଟି ଅନୁକୂଳ ଅଛି ।କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ସପକ୍ଷରେ ରହିବ । ଆର୍ଥିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ। ଭାଇଭଉଣୀଙ୍କ ଯତ୍ନ ନେବାରେ ସମୟ ବିତିବ । ଜୀବନସାଥୀଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ।

ସିଂହ- ପ୍ରଶାସନିକ କାର୍ଯ୍ୟଗୁଡ଼ିକରେ ସୁବିଧା ମିଳିବ ଚାକିରି ଏବଂ ବ୍ୟବସାୟରେ ଗତି ଆସିବ। କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂର ଯାତ୍ରା ହୋଇପାରେ ।ବଡ଼ ଲୋକଙ୍କ କଥା ଅଣଦେଖା କରନ୍ତୁ ନାହିଁ। ଆର୍ଥିକ ମାମଲାରେ ଭୁଲ୍ କରିବାରୁ ଦୂରେଇ ରୁହନ୍ତୁ।

କନ୍ୟା- ଭାଗ୍ୟର ସହଯୋଗ ହେତୁ ଧନ ପ୍ରାପ୍ତିର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ପାଇଁ ଏକାଗ୍ରତା ବୃଦ୍ଧି ପାଇବ। ସରକାରୀ ଚାକିରି ପ୍ରସ୍ତୁତିରେ ଶୁଭ ଖବର ମିଳିବ। ଯାନବାହନ କିଣିବାର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି।

ତୁଳା- ପାରିବାରିକ ଜୀବନ ଆନନ୍ଦରେ ଭରି ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ହେବ ।ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହେବ । ପୁରୁଣା ପାରିବାରିକ ତିକ୍ତତା ଶେଷ ହେବ । ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ।

ବିଛା- ଆର୍ଥିକ ଦିଗରୁ ଦିନଟି ଉତ୍କୃଷ୍ଟ ରହିବ। କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ ଅପ୍ରତ୍ୟାଶିତ ଭାବରେ ଟଙ୍କା ପାଇବାର ସମ୍ଭାବନା ଅଛି । ଆତ୍ମବିଶ୍ୱାସ ଏବଂ ସାହସ ବଢ଼ିବ। ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଜଭୁତ ହେବ।

ଧନୁ- ମନ ଅସ୍ଥିର ଏବଂ କ୍ଳାନ୍ତ ଲାଗିପାରେ । ଆବଶ୍ୟକୀୟ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି । ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ନିଃସ୍ୱାର୍ଥପର ଭାବରେ ଅନ୍ୟକୁ ସାହାଯ୍ୟ କରିବାରେ ଆନନ୍ଦ ପାଇବେ।

ମକର- ଦିନଟି ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବ। ବନ୍ଧୁମାନଙ୍କ ସହଯୋଗ ବ୍ୟବସାୟରେ ଲାଭ ଆଣିବ। ବଡ଼ ପ୍ରକଳ୍ପରେ ସହଜରେ ସଫଳତା ମିଳିବ । ନୂତନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି ।ପ୍ରେମ ସମ୍ପର୍କରେ ଗଭୀରତା ଅନୁଭବ କରିବେ।

କୁମ୍ଭ- ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ। କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ନିଷ୍ପତ୍ତି ନେବାରେ ସାବଧାନ ରୁହନ୍ତୁ। ଅଧିକ କ୍ରୋଧ କରିବା ଉଚିତ ନୁହେଁ। ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବେ।

ମୀନ- କର୍ମ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କୁ ସମର୍ଥନ କରିବ । ବୁଦ୍ଧି ଏବଂ ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଅପ୍ରତ୍ୟାଶିତ ଧନ ଲାଭର ଯୋଗ ରହିଛି। ପରିବାର ସହିତ ସମ୍ପର୍କରେ ମଧୁରତା ରହିବ । ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭଦାୟକ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682