ଦିଲ୍ଲୀ ବିମାନବନ୍ଦରରେ ହଙ୍ଗାମା: ୭ ବର୍ଷର ଝିଅ ସାମ୍ନାରେ ଯାତ୍ରୀଙ୍କୁ ଆଟାକ୍ କଲେ ପାଇଲଟ

NEWS7
vodafone-idea-give-3gb-data-against-1-5-gb-data

ନୂଆଦିଲ୍ଲୀ ୨୦/୧୨: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୧ରେ ହଙ୍ଗାମା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଯାତ୍ରୀ । ଯାତ୍ରୀ ଅଙ୍କିତ ଦିୱାନ ଦାବି ଯେ ପାଇଲଟ କ୍ୟାପ୍ଟେନ ବୀରେନ୍ଦ୍ର ତାଙ୍କୁ ଦୁର୍ବବ୍ୟବହାର କରିଛନ୍ତି । କେବଳ ଖରାପ ବ୍ୟବହାର କରିନାହାଁନ୍ତି ତ ମାଡ଼ ମରାବି ଅଭିଯୋଗ ବି ହୋଇଛି । ଯେଉଁଥିପାଇଁ ସେ ଲହୁ ଲୁହାଣ ହୋଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ପ୍ରକାଶ ପାଇବା ପରେ ଏହି ମାମଲା ଏବେ ଗମ୍ଭୀର ହେବାରେ ଲାଗିଛି ।

ପୀଡିତ କହିଛନ୍ତି ଯେ ଏହି ଘଟଣା ତାଙ୍କ ସମ୍ପୂର୍ଣ୍ଣ ଭ୍ୟାକେସନକୁ ବର୍ବାଦ କରିଦେଇଛି । ତାଙ୍କ ପରିବାର, ବିଶେଷକରି ତାଙ୍କ ୭ବର୍ଷର ଝିଅ ଏବେ ବି ଆଶ୍ଚର୍ଯ୍ୟରେ ଅଛି । ସେ ଘଟଣାକୁ ସହଜରେ ଗ୍ରହମ କରିପାରୁନି । ଯାତ୍ରୀ ଦାବି କରିଛନ୍ତି ଯେ ପାଇଲଟ ତାଙ୍କ ୭ ବର୍ଷର ଝିଅ ସମ୍ମୁଖରେ ତାଙ୍କୁ ଆକ୍ରମଣ କରିଥିଲେ । ଯିଏ ଘଟଣା ପରେ ଆଶ୍ଚର୍ଯ୍ୟରେ ଅଛନ୍ତି । ଘଟଣା ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତି ଜାରି କରି ଦୁଃଖ ପ୍ରକାଶ କରିଛି । ଏହାସହ ଆକ୍ରମଣ କରିଥିବା ପାଇଲଟଙ୍କୁ ତୁରନ୍ତ ଡ୍ୟୁଟିରୁ ବହିଷ୍କାର କରିଛି। 

ଯାତ୍ରୀ ଜଣକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ମୋ ପରିବାର ଓ ମୋତେ କର୍ମଚାରୀମାନଙ୍କୁ ସୁରକ୍ଷା ଯାଞ୍ଚ ଲାଗି ଲାଇନରେ ଯିବାକୁ କୁହାଯାଇଥିଲା । କାରଣ ଆମ ସହିତ ଏକ ଷ୍ଟ୍ରୋଲରରେ ଏକ ୪ ମାସର ଶିଶୁ ଥିଲା। କର୍ମଚାରୀମାନେ ମୋ ସମ୍ମୁଖରେ ଲାଇନ ଭାଙ୍ଗି ଯାଉଥିଲେ । ମୁଁ ପ୍ରତିବାଦ କରିବାରୁ, କ୍ୟାପଟେନ୍ ବୀରେନ୍ଦ୍ର ରାଗିଗଲେ ।  

ପଚାରିଲେ, 'ତୁମେ କ'ଣ ଅଶିକ୍ଷିତ, ଏହି ପ୍ରବେଶ କର୍ମଚାରୀଙ୍କ ପାଇଁ ବୋଲି ଲେଖାଥିବା ସାଇନବୋର୍ଡକୁ ପଢିପାରୁନାହଁ? ଏହା ପରେ ଯୁକ୍ତିତର୍କ ଆରମ୍ଭ ହେଲା । ପାଇଲଟ୍ ମୋ ଉପରେ ଆକ୍ରମଣ କଲେ, ଯାହା ଫଳରେ ମୁଁ ରକ୍ତାକ୍ତ ହୋଇଗଲି । ପାଇଲଟ୍‌ଙ୍କ ସାର୍ଟରେ ରକ୍ତ ମଧ୍ୟ ମୋର । ମୋର ଛୁଟି ନଷ୍ଟ ହୋଇଯାଇଛି। ମୋର ୭ ବର୍ଷର ଝିଅ ତାଙ୍କ ବାପାଙ୍କୁ ନିର୍ମମ ଭାବରେ ମାଡ଼ ଖାଉଥିବାର ଦେଖିଛି । ସେ ଏବେ ବି ଭୟଭୀତ ଅଛି। 

ସେପଟେ ଘଟଣା ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଲଟ୍‌ଙ୍କ ଆଚରଣ ପାଇଁ ଦୁଃଖ ପ୍ରକାଶ କରିଛି । ଏକ ସରକାରୀ ବିବୃତ୍ତି ଜାରି କରିଛି । ଏୟାରଲାଇନ୍ସ କହିଛି ଯେ ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ପ୍ରଭାବରୁ ସମସ୍ତ ସରକାରୀ କାର୍ଯ୍ୟରୁ ବହିଷ୍କାର କରାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି। କମ୍ପାନୀର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, "ଆମେ ଦିଲ୍ଲୀ ବିମାନବନ୍ଦରରେ ଆମର ଜଣେ କର୍ମଚାରୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ଜାଣିବାକୁ ପାଇଛୁ।

ଏହି କର୍ମଚାରୀ ଅନ୍ୟ ଏକ ଏୟାରଲାଇନ୍ସର ବିମାନରେ ଯାତ୍ରୀ ଭାବରେ ଯାତ୍ରା କରୁଥିଲେ । ଅନ୍ୟ ଜଣେ ଯାତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଆମେ ଏହି ଆଚରଣକୁ ଦୃଢ଼ ନିନ୍ଦା କରୁଛୁ। ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଛି ଏବଂ ଏହି ଘଟଣାର ତଦନ୍ତ କରାଯାଉଛି। ତଦନ୍ତର ତଥ୍ୟ ଆଧାରରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତାର କର୍ମଚାରୀଙ୍କଠାରୁ ଉଚ୍ଚ ଆଚରଣ ଏବଂ ବୃତ୍ତିଗତ ଆଚରଣ ଆଶା କରେ। କମ୍ପାନୀ କହିଛି, "ଆମେ ସର୍ବଦା ଦାୟିତ୍ୱପୂର୍ଣ୍ଣ ଭାବରେ ଆଚରଣ କରିବା ନିଶ୍ଚିତ କରିବାକୁ ପ୍ରତିବଦ୍ଧ।"