LIVE TV

ନାବାଳିକାଙ୍କୁ କରୁଥିଲେ ଏକତରଫା ପ୍ରେମ, ବିରୋଧ କରିବାରୁ ବାପାଙ୍କୁ ଛୁରାମାଡ଼

NEWS7
vizag-gas-leak-andhra-cm-jaganmohan-reddy-announces-ex-gratia-of-rs-1-crore-to-families-of-deceased

ବାସୁଦେବପୁର ୦୫।୧୧ : ଏକତରଫା ପ୍ରେମରୁ ଛୁରାମାଡ଼ । ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁରେ ଏକ ଯୁବକ ଏକତରଫା ପ୍ରେମ କରୁଥିଲେ। ଯାହାକୁ ବିରୋଧ କରୁଥିଲେ ଝିଅର ବାପା ରାଜେନ୍ଦ୍ର । ବୁଧବାର ଦିନ ରାଜେନ୍ଦ୍ର ଝିଅ ତୁଳାମତୁଳା ବିଦ୍ୟାଳୟକୁ ଟିଉସନ ହେବାକୁ ଆସିଥିଲେ । ଏହି ସମୟରେ ଯୁବକ ଜଣଙ୍କ ନାବାଳିକା ଝିଅ ପାଖକୁ ଆସିଥିଲେ । ଯାହାକୁ ଦେଖି ରାଜେନ୍ଦ୍ର ପାଟି କରିଥିଲେ ।  ହେଲେ ପୂର୍ବରୁ ପ୍ରସ୍ତୁତି ହୋଇ ଆସିଥିବା ଯୁବକ ଜଣଙ୍କ ରାଜେନ୍ଦ୍ରଙ୍କ ପାଖକୁ ଯାଇ ନିଜ ପକେଟରୁ ଏକ ଧାରୁଆ ଅସ୍ତ୍ର ବାହାର କରିଥିଲେ । ଆଉ ଏହାପରେ ସେହି ଛୁରୀରେ ରାଜେନ୍ଦ୍ର ବେକ କାଟିଦେଇଥିଲେ ଯୁବକ। ଛୁରୀରେ ଆକ୍ରମଣ ପରେ ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ । ଯାହାକୁ ଦେକି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ   ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।