ବ୍ରାହ୍ମଣ ନିଯୋଗ ସହ ବିବାଦ, ଆସନ୍ତାକାଲି ବି ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ନୀତିକାନ୍ତି

NEWS7
virat-kohlis-statement-on-ajinkya-rahanes-great-performance

ଭୁବନେଶ୍ଵର: ଆସନ୍ତାକାଲି ବି ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ନୀତିକାନ୍ତି। ବ୍ରାହ୍ମଣ ନିଯୋଗ ସହ ବିବାଦ ଯୋଗୁଁ ନୀତି ବନ୍ଦ କରିବ ବଡୁ ନିଯୋଗ। ଆଜି ସନ୍ଧ୍ୟାରୁ କ୍ଷୀର ଆଉଟା ନୀତି ଠାରୁ ଆଉ ନୀତି ଆଗକୁ ବଢ଼ି ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବଡୁ ନିଯୋଗ ନେଇଛି ନିଷ୍ପତ୍ତି। ଗତ ବର୍ଷ ମକର ସଂକ୍ରାନ୍ତିରେ ବଡୁ ଓ ବ୍ରାହ୍ମଣ ନିଯୋଗ ବିବାଦ ଯୋଗୁଁ ମଧ୍ୟ ନୀତି ବନ୍ଦ ହୋଇଥିଲା।

ନିୟମ ଅନୁସାରେ ବଡୁ ନିଯୋଗ କ୍ଷୀର ଆଉଟା ନୀତି ସମ୍ପନ୍ନ କରିବା କଥା। କିନ୍ତୁ ବ୍ରାହ୍ମଣ ନିଯୋଗ କରୁଛି। ନୀତି ବନ୍ଦ ନେଇ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର ପ୍ରଶାସକ ଆଦି ସମସ୍ତଙ୍କୁ ଚିଠି ଦିଆଯାଇଛି। ଆସନ୍ତାକାଲି ମନ୍ଦିର ଖୋଲା ରହିବ। ଶ୍ରଦ୍ଧାଳୁ ଦର୍ଶନ କରିବେ ହେଲେ ମହାପ୍ରଭୁଙ୍କ ପାଖରେ ନୀତି ହେବ ନାହିଁ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।

ଏହା ପୂର୍ବରୁ ମଧ୍ୟ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କୁ ଅନେକ ଦିନ ଖାଡ଼ା ଉପବାସ ରହିବାକୁ ପଡ଼ିଛି। ପ୍ରତିଥର ବିବାଦ ସମାଧାନ ହୋଇଯାଏ। କିନ୍ତୁ ପୁଣି ଥରେ ଯଉ କଥାକୁ ସେହି କଥା। ବିବାଦ କାରଣରୁ ବାରମ୍ବାର ନୀତିକାନ୍ତି ବନ୍ଦ ହେଉଛି। ଭୋଗ ମଧ୍ୟ ପ୍ରସ୍ତୁତ ହୋଇ ପାରୁନି।