LIVE TV

ଦ୍ଵିତୀୟ ପ୍ରେଗନେନ୍ସି କନଫର୍ମ କଲେ ରାମଚରଣ-ଉପାସନା, ବେବି ସାୱାରର ଦେଖାଇଲେ ଝଲକ

NEWS7
virat-kohli-trolled-for-trying-looking-taller-than-karman-kour

ନୂଆଦିଲ୍ଲୀ ୨୩।୧୦; ସାଉଥ ଇଣ୍ଡଷ୍ଟ୍ରିର ପାୱାରଫୁଲ୍‌ କପଲ ଦମ୍ପତି ରାମ ଚରଣ ଏବଂ ଉପାସନା । ଦୁହେଁ ପୁଣି ଥରେ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ରାମ ଚରଣ ଏବଂ ଉପାସନା ସେମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରେଗନେନ୍ସି କନଫର୍ମ କରିଛନ୍ତି। ଉପାସନା ପ୍ରଶଂସକମାନଙ୍କୁ ବେବି ସାୱାରର ଏକ ଝଲକ ଦେଖାଇଛନ୍ତିଯେଉଁଥିରେ ସେ ଏବଂ ରାମ ଚରଣ ବହୁତ ଖୁସି ନଜର ଆସିନ୍ତି

ନିକଟରେ ଉପାସନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ସମଗ୍ର ପରିବାର ଏକାଠି ଏବଂ ପୂଜାପାଠ କରୁଥିବାର ଦେଖାଯାଉଛି। ଏହି ଭିଡିଓ ଦେଖିବା ପରେ ରାମ ଚରଣ ଏବଂ ଉପାସନାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ଉପାସନା ବେବି ସାୱାର ଭିଡିଓ ସେୟାର କରି ଲେଖିଛନ୍ତି, "ଏହି ଦୀପାବଳି ଡବଲ୍ ସେଲିବ୍ରେସନ୍, ଡବଲ୍ ଲଭ୍‌ ଏବଂ ଡବଲ୍ ଆଶୀର୍ବାଦ ଥିଲା।" ଭିଡିଓରେ, ଉପାସନା ନୀଳ ରଙ୍ଗର ପୋଷାକରେ ପିନ୍ଧିଥିବା ବେଳେ ରାମ ଚରଣ କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି

ପ୍ରଶଂସକମାନେ ଅଭିନନ୍ଦନ

ପ୍ରଶଂସକମାନେ ଉପାସନାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଛନ୍ତି, ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ଅନେକ ଅଭିନନ୍ଦନ।" ଆଉ ଜଣେ ଲେଖିଛନ୍ତି, "ତୁମର ଦ୍ୱିତୀୟ ପ୍ରେଗନେନ୍ସି ପାଇଁ ଶୁଭକାମନା।" ଆଉ ଜଣେ ଲେଖିଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଉପାସନା। କହିବାକୁ ଗଲେ ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଦୁଇ ବର୍ଷ ପୂର୍ବେ, ଏହି ଦମ୍ପତି ୨୦୨୩ରେ ଝିଅ କ୍ଲିନ କାରାଙ୍କୁ ସ୍ୱାଗତ କରିଥିଲେ। ସେମାନେ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୩ ବର୍ଷର ବିବାହ ପରେ, ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି।