ବାଲିଯାତ୍ରା ୨୦୨୫
LIVE TV

୯ ବର୍ଷ ନ୍ୟାୟିକ ଲଢେଇ ପରେ ବରପଦା ସୋସାଇଟିକୁ ମିଳିଲା କ୍ଲିନଚିଟ୍, ସଭାପତି କହିଲେ- ସବୁ ଅଭିଯୋଗ ମିଥ୍ୟା ଥିଲା

NEWS7
virat-kohli-on-dhoni-as-appointed-mentor-in-team-india

ଭଦ୍ରକ: ଦୀର୍ଘ ୯ ବର୍ଷର ନ୍ୟାୟିକ ଲଢେଇ ପରେ ଶେଷରେ ବରପଦା କଲେଜ ସୋସାଇଟି ମ୍ୟାନେଜମେଣ୍ଟକୁ ମିଳିଛି ନ୍ୟାୟ। ଭଦ୍ରକ ଜିଲ୍ଲାର ବରପଦା କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅର୍ଥାତ୍ ବରପଦା ସୋସାଇଟିକୁ ଦୀର୍ଘ ୯ ବର୍ଷର ନ୍ୟାୟିକ ଲଢେଇ ପରେ ମିଳିଛି କ୍ଲିନ୍ ଚିଟ୍। ଏ ନେଇ ସୂଚନା ଦେଇଛି ବରପଦା ସୋସାଇଟିର ମ୍ୟାନେଜମେଣ୍ଟ । ବରପଦା ସୋସାଇଟିର ସଭାପତି ପ୍ରୟାସ କାନ୍ତି ସାମଲଙ୍କ ସହ ବରପଦା ସୋସାଇଟିର ମ୍ୟାନେଜମେଣ୍ଟ ଷ୍ଟାଫ୍ ମାନେ ଭଦ୍ରକ ସହର ର ଏକ ଘରୋଇ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବରପଦା ସୋସାଇଟିର ସଭାପତି କହିଛନ୍ତି ଯେ ୨୦୧୬ରୁ କଲେଜ ନାମରେ ଅନେକ ବ୍ୟକ୍ତିଗତ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରେ ଆର୍ଥିକ ଅନିୟମିତତା ସହ ସୋସାଇଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଅପବ୍ୟବହାର କରାଯାଇ ବିକ୍ରି କରିବା ସହ କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ ଆସିଥିଲା । ଏସବୁ ଅଭିଯୋଗ ପୋଲିସ ଠାରୁ ଆରମ୍ଭ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ପର୍ଯ୍ୟନ୍ତ ଯାଇଥିଲା । ଦୀର୍ଘ ସମୟ ଧରି କେତେକ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଅନେକ ସମସ୍ୟା ସୃଷ୍ଠି ହେବା ସହ ପାଠପଢା ମଧ୍ୟ ବ୍ୟାହତ ହୋଇଥିଲା । କିନ୍ତୁ ମାନ୍ୟବର ଏସଡିଜେଏମ କୋର୍ଟ ଙ୍କ ରାୟ ଅନୁଯାୟୀ ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି ଏବଂ ଆମକୁ କ୍ଲିନ୍ ଚିଟ୍ ମିଳିଛି ବୋଲି ବରପଦା ସୋସାଇଟି କହିଛି ।

ସୋସାଇଟିର ସଭାପତି କହିଛନ୍ତି, ବରପଦା ସୋସାଇଟି ଭଦ୍ରକ ମହାବିଦ୍ୟାଳୟ କିମ୍ବା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପାଇଁ ୨୫ ଏକର ଜମି ପ୍ରଦାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ତେବେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିବା ସୂଚନା ଦେଇଛନ୍ତି । ତେବେ ବରପଦା ସୋସାଇଟି କୌଣସି ବ୍ୟକ୍ତିଗତ ମାଲିକାନାରେ ନ ଥିବାରୁ ଏହି ଅନୁଷ୍ଠାନର ଉନ୍ନତି ପାଇଁ ସମସ୍ତ ଙ୍କ ର ସହଯୋଗ କାମନା କରିଛନ୍ତି ବରପଦା ସୋସାଇଟିର ସଭାପତି ପ୍ରୟାସ କାନ୍ତି ସାମଲ ।