LIVE TV

ଭାରତୀୟ ମହିଳାଙ୍କୁ ଅଟକ ରଖିବା ଅଭିଯୋଗରେ, ଚୀନ ନିକଟରେ ଫେରାଦ ହେଲା ଭାରତ

NEWS7
virat-kohli-and-ms-dhoni-indian-captain-credit

ନୂଆଦିଲ୍ଲୀ: ସାଂଘାଇ ପୁଡୋଙ୍ଗ ବିମାନବନ୍ଦରରେ ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ଅଟକ ରଖିବା ଏବଂ ତାଙ୍କ ଭାରତୀୟ ପାସପୋର୍ଟକୁ "ଅବୈଧ" କହିବା ଘଟଣାରେ ଭାରତ ବେଜିଂ ନିକଟରେ ଦୃଢ଼ ପ୍ରତିବାଦ କରିଛି। ଉଭୟ ଦେଶ ସ୍ୱାଭାବିକତା ଫେରାଇ ଆଣିବା ପାଇଁ କାମ କରୁଥିବା ସମୟରେ ଚୀନର ଆଚରଣ ଏ ଦିଗରେ ଅଯଥା ବାଧା ସୃଷ୍ଟି କରୁଛି ବୋଲି ଭାରତ ସରକାର କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ଖବର ପ୍ରକାଶ ପାଇଛି।

ମିଳିଥିବା ଖବର ଅନୁସାରେ, ଘଟଣା ଦିନ ହିଁ ବେଜିଂ ଏବଂ ନୂଆଦିଲ୍ଲୀ ଉଭୟ ପକ୍ଷରୁ ଏକ ଡିମାର୍ଚେ ଜାରି କରାଯାଇଥିଲା। ତେବେ ସାଂଘାଇର ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ହସ୍ତକ୍ଷେପ କରି ଫସି ରହିଥିବା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରିଥିଲା। ଘଟଣାରେ ଭାରତୀୟ ଅଧିକାରୀମାନେ ଚୀନ ନିକଟରେ ବିରୋଧ ଜଣାଇଥିଲେ।

ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ ଯାତ୍ରୀଙ୍କୁ ଏକ ହାସ୍ୟସ୍ପଦ କାରଣ ଯୋଗୁ ଅଟକ ରଖାଯାଇଛି। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ବାସିନ୍ଦାମାନଙ୍କର ଭାରତୀୟ ପାସପୋର୍ଟ ଧରିବା ଏବଂ ଯାତ୍ରା କରିବାର ପୂର୍ଣ୍ଣ ଅଧିକାର ଅଛି ବୋଲି ଭାରତୀୟ ଅଧିକାରୀମାନେ ଦର୍ଶାଇଛନ୍ତି। ଚୀନ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଚିକାଗୋ ଏବଂ ମଣ୍ଟ୍ରିଆଲ୍ ଚୁକ୍ତିନାମା ସମେତ ଅନ୍ତର୍ଜାତୀୟ ନାଗରିକ ବିମାନ ଚଳାଚଳ ନିୟମାବଳୀକୁ ଉଲ୍ଲଂଘନ କରୁଛି ବୋଲି ଭାରତ ଦର୍ଶାଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ବ୍ୟାପକ ପ୍ରୟାସ କରାଯାଉଥିବା ବେଳେ ଏପରି ଆଚରଣ ଅଯଥା ବାଧା ସୃଷ୍ଟି କରେ ବୋଲି ଭାରତ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ୟୁକେରେ ରହୁଥିବା ଅରୁଣାଚଳରେ ଜନ୍ମିତ ଭାରତୀୟ ନାଗରିକ ପ୍ରେମା ୱାଙ୍ଗଜୋମ ଥଙ୍ଗଡୋକ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାତ୍ରା କରୁଥିବା ସମୟରେ ତାଙ୍କୁ ଚୀନ ଅଧିକାରୀ ନାନା ହଇରାଣ ହରକତ କରିଥିଲେ। ଜାପାନ ଗସ୍ତ ସମୟରେ ତାଙ୍କୁ ସାଂଘାଇ ଦେଇ ଯାତ୍ରା କରିବାର ଥିଲା। ଚୀନର ପୁଡୋଙ୍ଗ ବିମାନବନ୍ଦରରେ ଚୀନ ଇମିଗ୍ରେସନ ଅଧିକାରୀମାନେ ହଇରାଣ ହରକତ କରିଥିଲେ। ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି ଦର୍ଶାଇ ଭାରତୀୟ ପାସପୋର୍ଟ ବୈଧ ନୁହେଁ ବୋଲି କହିଥିଲେ। ଚୀନ ପାସ୍ପୋର୍ଟ ପାଇଁ ଆବେଦନ କର ବୋଲି କହିବା ସହିତ ତାଙ୍କୁ ତାତ୍ସଲ୍ୟ କରିଥିଲେ ଅପମାନିତ କରିଥିଲେ। ତାଙ୍କୁ ପ୍ରାୟ ୧୮ ଘଣ୍ଟା ଧରି ଅଟକ ରଖାଯାଇଥିଲା, ହଇରାଣ କରାଯାଇଥିଲା ଏବଂ ଉପହାସ କରାଯାଇଥିଲା। ଏମିତିକି ସେ ଖାଇ ପାରି ନଥିଲେ। ଏହାପରେ ଚୀନର ଭରାତୀୟ ଦୂତାବାସ ସହ ସମ୍ପର୍କ କରିବାରୁ ଦୂତାବାସ ପକ୍ଷରୁ ବ୍ୟକ୍ତିଗତ ଭାବେ ସହଯୋଗ କରି ପ୍ରେମାଙ୍କୁ ସେଠାରୁ ପଠାଯାଇଥିଲା।

ଘଟଣା ପରେ ପ୍ରେମା ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେକି ଅଶନ୍ତୋଷ ଜାହିର କରିଥିଲେ। ଏବଂ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।