ବିଜେଡି କାହିଁକି ତା ଭାଡ଼ି ଫାଙ୍କା କରୁଛି କାରଣ ସେ ଜାଣିଥିବେ, ଦଳ ଭାଙ୍ଗୁଛି ବୋଲି ଦୁଃଖ ଲାଗୁଛି କହିଲେ ଜୟ ନାରାୟଣ

NEWS7
villagers-lock-a-child-kidnapper

ଭୁବନେଶ୍ବର ୧୭।୧: ବିଜେପି ବିଜେଡିକୁ ଭାଙ୍ଗିବା ପାଇଁ ଚାହୁଁନି କିନ୍ତୁ ବିଜେଡି ଆପଣା ଛାଏଁ ଭାଙ୍ଗିଯାଉଛି । ବିଜେଡି ଭାଙ୍ଗୁଛି ମୋତେ ଦୁଃଖ ଲାଗୁଛି ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

ଜୟନାରାୟଣ କହିଛନ୍ତି, ବିଜେଡିରେ ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା । ବିଜେପି ଭାଙ୍ଗିବା ପାଇଁ ଚାହୁଁନି, ବିଜେଡି ଆପଣା ଛାଏଁ ଭାଙ୍ଗିଯାଉଛି । ବିଜେପି ଚାହିଁଲେ ବିଜେଡି କେବେଠାରୁ ଭାଙ୍ଗି ସାରନ୍ତାଣି । ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି ତାର କାରଣ ସେ ହିଁ ଜାଣିଥିବେ । ସେମାନେ ମୁଖ୍ୟ ବିରୋଧୀ ଦଳ ଭାବେ ଛିଡ଼ା ହୁଅନ୍ତୁ । ବିଜେଡି ଭାଙ୍ଗୁଛି ବୋଲି ମୋତେ ଦୁଃଖ ଲାଗୁଛି ବୋଲି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ।