ସସପେଣ୍ଡ୍ ହେଲେ ଚୌଦ୍ବାର ଜେଲ୍‌ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍ ଡିଜି

NEWS7
vietnam-will-buy-rice-from-india

ଭୁବନେଶ୍ବର: ସସପେଣ୍ଡ୍ ହେଲେ ଚୌଦ୍ବାର ଜେଲ୍ ପୂର୍ବତନ ଜେଲ୍ର ସନ୍ତୋଷିନୀ ଦାଶ । ବଦଳି ସତ୍ତ୍ବେ କାର୍ଯ୍ୟରେ ଯୋଗ ନଦେବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଛନ୍ତି ଜେଲ୍ ଡିଜି । ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ସବ୍ଜେଲକୁ ବଦଳି ହୋଇଥିଲେ ବି କାର୍ଯ୍ୟରେ ଯୋଗ ଦେଉନଥିଲେ। ଏମିତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିଲେ ସନ୍ତୋଷିନୀ। ଫଳରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି।

ସୂଚନାଥାଉକି, ଚୌଦ୍ବାର ଜେଲ ସୁପରିଟେଣ୍ଡଣ୍ଟ ସୁଜିତ୍ ରାଉଳ ମହିଳା ବନ୍ଦିନୀଙ୍କୁ ସୁନା ବଦଳରେ ଟଙ୍କା ଫେରାଇବା ଘଟଣାରେ ଦୁଇ ଦିନ ଧରି ହୋ ହାଲ୍ଲା ଲାଗିରହିଥିଲା। ଯାହାପରେ ଗୁରୁବାର ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନୋଟିସ। ଏହି ନୋଟିସରେ କଣ୍ଟାବାଞ୍ଜି ସବ ଜେଲ୍ର ଜେଲର କମ୍ ସୁପରିଟେଣ୍ଡଣ୍ଟ ସନ୍ତୋଷିନୀ ଦାସଙ୍କ ବିରୋଧରେ ନିଆଯାଇଛି ଡିସିପ୍ଲିନାରୀ ପ୍ରୋସେଡିଂ ବୋଲି ଉଲ୍ଲେଖ କରାଯିବା ସହ ତାଙ୍କୁ ସସପେଣ୍ଡ କରାଯାଇଥିବା ଉଲ୍ଲେଖ ରହିଛି । ବଦଳି ସତ୍ତ୍ବେ କାର୍ଯ୍ୟରେ ଯୋଗଦେଉନଥିବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦଶାଇ ରହିଥିଲେ ଛୁଟିରେ।

ତେବେ ଏହାରି ମଧ୍ୟରେ ଜେଲ୍ ଡିଜିଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠିଛି। ଆଲୋଚନା ହେଉଛି ମାର ମାର ଭଣ୍ଡାରିଆକୁ ମାର ନୀତିରେ ଜେଲ ଡିଜି। କାରଣ, ଚୌଦ୍ବାର ଜେଲକୁ ନେଇ ଚାଲିଥିବା ବିବାଦ ଏବଂ ମହିଳା ବନ୍ଦୀନୀଙ୍କର ସୁନା ଗାୟବ ଘଟଣା। ଏହା ସହ ସୁନା ବଦଳରେ ମହିଳାଙ୍କୁ ଜେଲ ସୁପରିଟେଣ୍ଡଣ୍ଟ ସୁଜିତ ରାଉଳ ଏକ ଲକ୍ଷ ୯୦ ହଜାର ଟଙ୍କା ଫେରସ୍ତ କରିବା। ଫେରସ୍ତ କରିବା ସମୟର ଫଟୋ ଭାଇରାଲ କରିବା। ଏ ସବୁ ଘଟଣାକୁ ନେଇ ଜେଲ ଡିଜି ସୁଶାନ୍ତ ନାଥ ମିଡିଆଙ୍କ ପ୍ରଶ୍ନର କିଛି ସ୍ପଷ୍ଟ ଉତ୍ତର ଦେଇନଥିଲେ। ବରଂ ଗଣମାଧ୍ୟମର ପ୍ରଶ୍ନର ବିରକ୍ତି ଭାବ ପ୍ରକାଶ କରି ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରିଥିଲେ।

ଆଉ ଠିକ୍ ତାହାର ଗୋଟି ଦିନ ପରେ ଜେଲ ଡିଜି ଶ୍ରୀମତି ଦାସଙ୍କୁ ସସପେଣ୍ଡ କରିବା ନୋଟିସ। ସାଧାରଣରେ ବହୁ ପ୍ରଶ୍ନ ସୃଷ୍ଟି କରିଛି। ସାଧାରଣରେ କୁହାଯାଉଛି ଯେ, ସୁନା ରଖିଲା କିଏ ? ଟଙ୍କା ଦେଲା କିଏ ? ଏବଂ ଆକ୍ସନ ହେଲା କାହା ଉପରେ ? ଯଦି ଶ୍ରୀମତି ଦାସଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଶ୍ରୀଯୁକ୍ତ ରାଉଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ? ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।