LIVE TV

‘ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଘଟଣାର ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ’

NEWS7
vidya-balan-upcoming-movies-of-2020

ଭୁବନେଶ୍ବର ୧୦: ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ପ୍ରକୃତ ହତ୍ୟାକାରୀକୁ ଧରାଯାଉ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା ସେ କହିଛନ୍ତି, ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଏ ଘଟଣାର ତଦନ୍ତ କରାଯାଉ । ତେବେ ଯାଇ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ । ରାଜନୀତିରେ ରାଜନୈତିକ ଶତ୍ରୁ ଥାନ୍ତି । ତା ଅର୍ଥ ନୁହେଁ ଯେ ବିକ୍ରମ ପଣ୍ଡା ହତ୍ୟାକାରୀ । କେବଳ ଆମ ଦଳରେ ନୁହେଁ ସବୁ ଦଳରେ ଥାନ୍ତି । ରାଜନୈତିକ ମତ ପାର୍ଥକ୍ୟ ପାଇଁ ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇ ପାରୁନାହିଁ । ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ନର୍ଭସ୍ ଥିଲେ କାରଣ ସେ ସରକାରୀ ଦଳ ପାଇଁ ମିଛ କହୁଥିଲେ ବୋଲି ଗଣେଶ୍ବର କହିଛନ୍ତି

ସେପଟେ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁଟର କୁରୁପତି ଭୂୟାଁଙ୍କୁ ଆଶ୍ରୟ ଦେଇଥିବା ଫାର୍ମ ହାଉସ୍ ମାଲିକ ସୁନିଲ ହୋତା ଗିରଫ ହୋଇଛନ୍ତି । ଅନ୍ୟପଟେ ପୋଲିସ କବ୍ଜାରେ ଥିବା ସୁଦର୍ଶନକୁ ଛାଡିଛି ପୋଲିସ । ବିଏନପୁର ଥାନାରେ ସୁଦର୍ଶନକୁ ଘଣ୍ଟା ପଚରାଉରା ପରେ ଛାଡ଼ିଥିବା ସୂଚନା । ଅତିରିକ୍ତ ଏସ୍‌ପି ଆଲୋକ ଜେନା ଓ ଟାଉନ୍‌ ଏସଡ଼ିପିଓ ତଥା ତଦନ୍ତ ଧିକାରୀ ପ୍ରିୟରଞ୍ଜନ ଛୋଟରାୟ ଗୁରୁବାର ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଜେନାକୁ ଥାନାରେ ଅଟକ ରଖି ପଚରାଉଚରା କରିବାର ସାଢ଼େ ୩ ଘଣ୍ଟା ପରେ ଛାଡ଼ିଥିବା ଜଣାପଡିଛି ।

ଏହି ମାମଲାରେ ପୋଲିସ ପୂର୍ବରୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ ସମେତ ମୋଟ୍ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ସୁନୀଲ ହୋତାକୁ ଗିରଫ କରିଛି । ବର୍ତ୍ତମାନ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି ।

ବର୍ତ୍ତମାନ ପୀତବାସ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଘଟଣା ପର ଠାରୁ ଫେରାର ରହିଛନ୍ତି । ବିକ୍ରମ, ମଳୟ ଓ ମଦନ ଓକିଲ ଜରିଆରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।  ବିକ୍ରମ ,ମଳୟ ଓ ମଦନ ଜଣେ ଆଇନଜୀବୀ ହୋଇଥିବାରୁ ଗୁରୁବାର ଏକାଧିକ ଓକିଲ ତାଙ୍କ ସପକ୍ଷରେ ୱକାଲତନାମା ତଳ କୋର୍ଟରେ ଦାଖଲ କରିଛନ୍ତି । ପର୍ଯ୍ୟାକ୍ରମରେ ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି ।