ମାତାଲ ଡାକ୍ତର ଡେଲିଭରୀ ବୟଙ୍କ ଉପରେ ଚଢାଇଦେଲେ ଗାଡି, ବାନ୍ଧିଲା ପୋଲିସ

NEWS7
vhp-declared-that-bijaya-stambh-will-make-near-ayodhya-ram-mandir

ଗୁରଗାଓଁ,୨୦|୦୧ :ମଦ ପିଇ ମାତାଲ ଅବସ୍ଥାରେ ଥିଲେ ଡାକ୍ତର । ସମ୍ଭାଳି ପାରିଲେନି କାର୍ ର ଷ୍ଟିୟରିଂ । ଡେଲିଭରୀ ବୟଙ୍କ ଉପରେ ଚଢାଇଦେଲେ ଏସୟୁଭି । ସୋମବାର ରାତିରେ ହରିୟାଣାର ଗୁରଗାଓଁ ଅଞ୍ଚଳରେ ଏହି ଅଘଟଣ ଘଟିଛି । ତେବେ ଘଟଣା ପରେ ପୋଲିସ ମଦ୍ୟପ ଡାକ୍ତରଙ୍କୁ ଗିରଫ କରିଛି ।

ରିପୋର୍ଟ ଅନୁସାରେ, ସୋମବାର ରାତିରେ ନବୀନ ଯାଦବନାମକ ଜଣେ ଆୟୁର୍ବେଦ ଡାକ୍ତର ମାତାଲ ଅବସ୍ଥାରେ ନିଜ ଏସୟୁଭି ନେଇ ବୁଲୁଥିଲେ । ସେ ଦୌଲତାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ ଆୟୁର୍ବେଦ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ତେବେ ଗୁରଗାଓଁର ହାୟତପୁରରେ ଥିବା ସେକ୍ଟର୯୩ଦେଇ ସେ ଯାଉଥିବା ବେଳେ ଜଣେ ଡେଲିଭରୀ ବୟଙ୍କବାଇକକୁଧକ୍କା ଦେଇଥିଲେ । ଏହାକୁ ନେଇ ଡେଲିଭରୀ ବୟ ଅଭିଯୁକ୍ତ ଡାକ୍ତରଙ୍କୁ ଭଲରେ ଗାଡି ଚଲାଇବାକୁ କହିଥିଲେ । ଏହାପରେ ଡାକ୍ତରଜଣଙ୍କ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ।

ରାସ୍ତାରେ ଲାଗିଥିବା ସିସିଟିଭିରେ ଦେଖିବାକୁ ମିଳିଛି ଯେ, ଡାକ୍ତର ନବୀନ ଗାଡିକୁ ନେଇ ରାସ୍ତାରେ ଠିଆ ହୋଇଥିବା ଜେଲିଭରୀ ବୟଙ୍କ ବାଇକକୁ ଧକ୍କା ଦେଉଛନ୍ତି । ଏହାକୁ ସେ ବିରୋଧ କରିବାରୁ ସେ ଡେଲିଭରୀ ବୟଙ୍କ ଉପରେ ମଧ୍ୟ ଗାଡି ଚଢାଇ ଦେଉଛନ୍ତି । ଆହତ ହୋଇଥିବା ବ୍ୟକ୍ତି ହେଲେ ଟିଙ୍କୁ ପନଓ୍ୱାର । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହାସହ ରାଜ୍ୟ ସରକାର ମଧ୍ୟ ମାତାଲ ଡାକ୍ତରଙ୍କୁ ସସପେଣ୍ଡ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।