ଛୋଟ ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଋଣ ଦେଉ ନାହାଁନ୍ତି ବ୍ୟାଙ୍କ୍, ସଚେତନ କରିବାକୁ ହେବ ସ୍ବତନ୍ତ୍ର କର୍ମଶାଳା: ଭର୍ତ୍ତୃହରି ମହତାବ

NEWS7
vegitables-tree-damage

କଟକ: ବାରମ୍ବାର ତାଗିଦ ପରେ ମଧ୍ୟ କଟକ ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଋଣ ଦେବାରେ ଖିଲାପ କରୁଛନ୍ତି। ବିଶେଷ କରି ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପାରମ୍ପରିକ ଶକ୍ତି ଓ ରପ୍ତାନୀ କ୍ଷମତା ଥିବା ପ୍ରତିଷ୍ଠାନଗୁଡ଼ିକୁ ଋଣ ଦେବା କ୍ଷେତ୍ରରେ ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ବୋଲି ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି।

ଜିଲ୍ଲାରେ କ୍ରେଡିଟ- ଡିପୋଜିଟ ଅନୁପାତ ବା ଜମା-ଋଣ ଅନୁପାତ ଷାଠିଏ ଭାଗ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିନଥିବାରୁ ସମୀକ୍ଷା ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟାଙ୍କଗୁଡ଼ିକ ଜିଲ୍ଲାରେ ଜମାକାରୀମାନଙ୍କଠାରୁ ଯଥେଷ୍ଟ ପରିମାଣରେ ଜମା ପାଉଥିଲେ ମଧ୍ୟ ଜିଲ୍ଲାର ଅର୍ଥନୈତିକ ବିକାଶ ପାଇଁ ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସେହି ଅନୁପାତରେ ଋଣ ଦେଉନଥିବା ସମୀକ୍ଷା ବୈଠକରେ ସ୍ପଷ୍ଟ ହୋଇଛି।

ଏନେଇ ପ୍ରତି ତିନି ମାସରେ ସମୀକ୍ଷା ହେଉଛି ଓ ବ୍ୟାଙ୍କଗୁଡ଼ିକ କିଭଳି ଛୋଟ ଛୋଟ ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିକରୁ ଅଧିକ ଋଣ ଦେବେ ସେଥିପାଇଁ ସ୍ବତନ୍ତ୍ର କର୍ମଶାଳା ଓ ବ୍ୟାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହ ବୈଠକ କରି ବ୍ୟବସ୍ଥା କରାଯିବ ବୋଲି କଟକ ସାଂସଦ କହିଛନ୍ତି।