LIVE TV

ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ସିଏମ୍‌ ନୀତୀଶ କୁମାର, ସମ୍ରାଟ ଚୌଧୁରୀ ବିହାରର ନୂଆ ଗୃହମନ୍ତ୍ରୀ

NEWS7
various-colony-water-logged-in-rourkela-due-to-heavy-rain

ପାଟନା: ବିହାରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ନୀତୀଶ କୁମାର ପ୍ରଥମ ଥର ଲାଗି ନିଜ ପାଖରୁ ଗୃହ ବିଭାଗ ଛାଡ଼ିଛନ୍ତି । ସେପଟେ ବିଜେପି ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଛି ଗୃହ ବିଭାଗ ଦାୟିତ୍ବ । ବିହାରର ନୂଆ ଗୃହମନ୍ତ୍ରୀ ସମ୍ରାଟ ଚୌଧୁରୀ । ନୀତୀଶ କୁମାର ବଜି ଅପରାହ୍ନ ୩.୩୦ ରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ବିଭାଗଗୁଡ଼ିକର ସରକାରୀ ତାଲିକା ପ୍ରଦାନ କରିଛନ୍ତି । ଗୁରୁବାର ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଯେଉଁଥିରେ ବିଜେପିର ୧୪, ଜେଡିୟୁର ୮, ଏଲଜେପି (ଆର)ର ୨ ଏବଂ ଆରଏଲଏମଓ ଏବଂ ଏଚ୍ଏଏମର ଜଣେ ଲେଖାଏଁ ମନ୍ତ୍ରୀ ଅଛନ୍ତି।

ଏନଡିଏ ସରକାରରେ ବିଜେପିର ଆସନ ସଂଖ୍ୟାକୁ ଦେଖି ଏହାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆବଣ୍ଟିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଖଣି ଏବଂ ଭୂତତ୍ତ୍ୱ ବିଭାଗ ଏବଂ ରାଜସ୍ୱ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବଙ୍କୁ କୃଷି ବିଭାଗ ଦିଆଯାଇଛି। ମଙ୍ଗଳ ପାଣ୍ଡେଙ୍କୁ ଆଇନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଦିଆଯାଇଛି। ନୀତିନ ନବୀନଙ୍କୁ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗର ଦାୟିତ୍ୱ ଦିଆଯାଇଛି ।

ନୀତିଶ କୁମାରଙ୍କ ନୂ କ୍ୟାବିନେଟ: କାହାକୁ କେଉଁ ମନ୍ତ୍ରଣାଳୟ ?
ସମ୍ରାଟ ଚୌଧୁରୀ: ଗୃହ ବିଭାଗ
ବିଜୟ କୁମାର ସିହ୍ନା: ଭୂମି ଏବଂ ରାଜସ୍ୱ ବିଭାଗ, ଖଣି ଏବଂ ଭୂତତ୍ତ୍ୱ ବିଭାଗ
ବିଜୟ ଚୌଧୁରୀ: ଜଳସମ୍ପଦ ବିଭାଗ ଏବଂ ଭବନ ନିର୍ମାଣ ବିଭାଗ
ବିଜେନ୍ଦ୍ର ଯାଦବ: ଶକ୍ତି ବିଭାଗ
ଶ୍ରବଣ କୁମାର: ଗ୍ରାମୀଣ ବିକାଶ ବିଭାଗ
ମଙ୍ଗଳ ପାଣ୍ଡେ: ସ୍ୱାସ୍ଥ୍ୟ ବିଭାଗ ଏବଂ ଆଇନ ବିଭାଗ
ଦିଲୀପ ଜୟସୱାଲ: ଶିଳ୍ପ 
ଅଶୋକ ଚୌଧୁରୀ: ଗ୍ରାମୀଣ ବ୍ୟାପାର ବିଭାଗ
ଲେସି ସିଂହ: ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ
ମଦନ ସାହାଣୀ: ସମାଜ କଲ୍ୟାଣ ବିଭାଗ
ନୀତିନ ନବୀନ: ପୂର୍ତ୍ତ  ଏବଂ ନଗର ଉନ୍ନୟନ ବିଭାଗ
ରାମ କୃପାଲ ଯାଦବ: କୃଷି ବିଭାଗ
ସନ୍ତୋଷ ସୁମନ: କ୍ଷୁଦ୍ର ଜଳ ସମ୍ପଦ ବିଭାଗ
ସୁନୀଲ କୁମାର: ଶିକ୍ଷା ବିଭାଗ
ଜମା ଖାନ: ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ 
ସଞ୍ଜୟ ଟାଇଗର: ଶ୍ରମ ସମ୍ବଳ ବିଭାଗ
ଅରୁଣ ଶଙ୍କର ପ୍ରସାଦ: କଳା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ
ସୁରେନ୍ଦ୍ର ମେହେଟ୍ଟା: ପ୍ରାଣୀ ଏବଂ ମତ୍ସ୍ୟ ସମ୍ପଦ ବିଭାଗ
ଶ୍ରୀନାରାୟଣ ପ୍ରସାଦ: ବିପର୍ଯ୍ୟୟ ପରିଚାଳନା ବିଭାଗ
ରମା ନିଷାଦ: ପଛୁଆ-ଅତି ପଛୁଆ କଲ୍ୟାଣ ବିଭାଗ
ଲଖେନ୍ଦ୍ର ରୋଶନ: ଏସସି-ଏସଟି କଲ୍ୟାଣ ବିଭାଗ
ଶ୍ରେୟସୀ ସିଂହ: କ୍ରୀଡ଼ା ଏବଂ ଆଇଟି ବିଭାଗ
ପ୍ରମୋଦ କୁମାର: ସମବାୟ ବିଭାଗ
ସଞ୍ଜୟ କୁମାର: ଆଖୁ ଶିଳ୍ପ ବିଭାଗ
ସଞ୍ଜୟ ସିଂହ: ପିଏଚଇଡି ମନ୍ତ୍ରୀ
ଦୀପକ ପ୍ରକାଶ: ପଞ୍ଚାୟତ ରାଜ ବିଭାଗ