LIVE TV

ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ; ନୀତିକାନ୍ତି ବନ୍ଦ କଲେ ସେବାୟତ, ଉପାସରେ ମହାପ୍ରଭୁ

NEWS7
vaccine-come-odisha

ଭୁବନେଶ୍ବର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସମର୍ଥା ନିଯୋଗ ସେବାୟତ । ପ୍ରଶାସନର ଅବହେଳା ଅଭିଯୋଗ କରି ସେବାୟତମାନେ ଠାକୁରଙ୍କ ନୀତିକାନ୍ତି ବନ୍ଦ କରିଥିବାବେଳେ, ଆସ୍ତନ୍ତାକାଲି ମଧ୍ୟ ନୀତି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ।

ସୂଚନା ଅନୁସାରେ, ବୁଧବାର ସକାଳେ ସବୁଦିନ ଭଳି ସ୍ୱଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ବାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା। ତେବେ ସମର୍ଥା ସେବାୟତଙ୍କ ପାଳି ସମୟରେ ଉପଯୁକ୍ତ ଉତ୍ତରାଧିକାରୀ ନଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

ସେପଟେ ସମର୍ଥା ସେବାୟତମାନେ ନୀତି ପାଳନ କରିନଥିବାରୁ ମନ୍ଦିରର ଅନ୍ୟ ନୀତି ହୋଇପାରିନାହିଁ। ଭକ୍ତମାନେ ମହାପ୍ରସାଦରୁ ମଧ୍ୟ ବଞ୍ଚିତ ଅଛନ୍ତି। ତେବେ ସେବକମାନେ ଏଥିଲାଗି ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ଜଣାପଡ଼ିଛି ପ୍ରାୟ ସକାଳ ୧୦ଟା ଠାରୁ ଏଭଳି ସ୍ଥିତି ରହିଛି।

ସେମାନେ ଅଭିଯୋଗ କରିଛନ୍ତି ଯେଉଁ ସେବାୟତଙ୍କ ଉତ୍ତରାଧିକାରୀ ନାହାନ୍ତି ତାଙ୍କ ସେବା କିଏ କରିବ ତାହାକୁ ପ୍ରଶାସନ ସ୍ଥିର କରିପାରୁ ନାହିଁ ? ଫଳରେ ଏହି ଅଚଳାବସ୍ଥା ଦେଖା ଦେଇଛି।