#Afghanistan_airstrike ; ଥରିଲା ଆଫଗାନିସ୍ତାନ, ମନଇଚ୍ଛା ବୋମା ପକାଇଲା ପାକିସ୍ତାନ : ଏକାଧିକ ମହିଳା ଶିଶୁ ମୃତ

NEWS7
vaccination-to-healthworker-family-member

କାବୁଲ, ୧୩ /୦୩: ଚାଲିଛି ରମଜାନ୍ ନାସ । ଏହା ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ସବୁଠୁ ପବିତ୍ର ମାସ । ହେଲେ ଏହି ସମୟରେ ଆଫଗାନିସ୍ତାନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି । ଆଫଗାନିସ୍ତାନର ବିଭିନ୍ନ ସହର ଖିନଭିନ୍ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତିରେ କାବୁଲ ସମେତ ଅନେତ ସହର ଥରି ଉଠିଛି ।

ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଆଉଥରେ ଏଯାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଚିଛି । ପାକ୍ ଆଫଗାନର ସାର୍ବଭୈମତ୍ୱ ଉପରେ ଆକ୍ରମଣ କରିଥିବା ତାଲିବାନ ସରକାର ଦାବି କରିଛନ୍ତି । କାବୁଲ, କାନ୍ଦାହାର, ପକ୍ତିୟା ଏବଂ ଅନ୍ୟ ସ୍ଥାନରେ ଆକାଶମାର୍ଗରୁ ଭୟଙ୍କର ଆକ୍ରମଣ ହୋଇଛି ।

​​​​​​​ଏହି ଖବରଟି ପଢନ୍ତୁ... #US_IRAN_WAR : କ୍ରାଶ୍ କରିଗଲା ଆମେରିକା ସେନାର ରିଫୁଏଲିଂ ବିମାନ, ୫ ସଦସ୍ୟ ନିଖୋଜ

ଆଫଗାନ୍ ସରକାରଙ୍କ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ପାକିସ୍ତାନ ବିଭିନ୍ନ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରିଛି ।ଅନେକ ସାଧାରଣ ନାଗରିକଙ୍କ ଘର ଧ୍ୱଂସ ହୋଇଯାଇଛି । ଅନେକ ମହିଳା ଏବଂ ଶିଶୁ ଏଥିରେ ପ୍ରାଣ ହରାଇଛନ୍ତି । ସେହିପରି କିଛି ମରୁଭୂମିରେ ପାକିସ୍ତାନ ବିମାନରୁ ବୋମାବର୍ଷା ହୋଇଛି ।

ତାଲିବାନ ସରକାର ପାକିସ୍ତାନର ଏପରି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିଛି । ଏହା କ୍ରୁର ବୋଲି ତାଲିବାନ କହିଛି । ରମଜାନର ଅନ୍ତିମ ଦଶ ଦିନର ଉତ୍ସବ ମଧ୍ୟରେ ପାକ୍ ମାନବିକ ଅଧିକାରର ଉଲ୍ଲଙ୍ଘନ କରିଛି । ଏହା ନୀତି ବିରୋଧୀ । ଏହି କ୍ରୁରତାର ଜୋରଦାର ଜବାବ ଦିଆଯିବ । ଆଫଗାନିସ୍ତାନ ଚୁପ୍ ବସିବ ନାହିଁ ବୋଲି ତାଲିବାନ କହିଛି ।