LIVE TV

ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ, ପରେ ବ୍ୟବହାର ହେବ ଜୈବିକ ପନିପରିବା

NEWS7
us-root-cause-of-tensions-says-north-koreas-kim-jong-un

ଭୁବନେଶ୍ବର ୧୦: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ଏ ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।  ଆସନ୍ତା ରଥଯାତ୍ରା ସମୟରେ ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ଏଥିପାଇଁ  ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି

କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ ଗତ ରଥଯାତ୍ରା ବେଳେ ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା