ଆମେରିକାକୁ ତା’ରି ଭାଷାରେ ଜବାବ ଦେଲେ ଏହି ଦୁଇ ଆଫ୍ରିକୀୟ ରାଷ୍ଟ୍ର: ୟୁଏସ୍ ନାଗରିଙ୍କ ଏଣ୍ଟ୍ରି ବ୍ୟାନ୍

NEWS7
us-presidential-election-2020-donald-trump-trails-his-opponent-joe-biden-in-survey

ନୂଆଦିଲ୍ଲୀଡୋନାଲ୍ଡ ଟ୍ରମ୍ପଙ୍କୁ ଉତ୍ତର ଦେବାକୁ ବଡ଼ ବଡ଼ ଦେଶ ଶଙ୍କି ଯାଉଥିବା ବେଳେ ବିଶ୍ୱର ଦୁଇ ପଶ୍ଚିମ ଆଫ୍ରିକୀୟ ଦେଶ ମାଲି ଓ ବୁର୍କିନା ଫାସୋ କିନ୍ତୁ କଡ଼ା ଜବାବ ଦେଉଛନ୍ତି। ଆମେରିକା ନାଗରିକଙ୍କୁ ଏହି ଦୁଇ ଦେଶ ବ୍ୟାନ୍ କରିବେ ବୋଲି ଘୋଷଣା କରିଛନ୍ତି। କାରଣ ଟ୍ରମ୍ପ ପ୍ରଶାସନ ନିଜର ଟ୍ରାଭେଲ ଆଡ୍ଭାଇରିରେ ଅନ୍ୟ ଦେଶଗୁଡ଼ିକ ସମେତ ଏହି ଦୁଇ ଦେଶର ନାଗରିକଙ୍କୁ ମଧ୍ୟ ବ୍ୟାନ୍ କରିଛନ୍ତି। ତେଣୁ ଯେଶାତେଶା ନୀତିରେ ଆମେରିକା ନାଗରିକଙ୍କୁ ମଧ୍ୟ ଆମେ ଦେଶରେ ପୂରାଇ ଦେବୁ ନାହିଁ ବୋଲି ମାଲି ଓ ବୁର୍କିନା ଫାସୋ କହିଛନ୍ତି।

ବୁର୍କିନା ଫାସୋର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କହି କହିଛି ଯେ ଆମେ ଆମେରିକୀୟଙ୍କ ଉପରେ ସମାନ ଭିସା ନୀତି ଲାଗୁ କରିବୁ। ବୁର୍କିନା ଫାସୋର ବୈଦେଶିକ ବ୍ୟାପାର ମନ୍ତ୍ରୀ କାରାମୋକୋ ଜିନ୍-ମାରି ଟ୍ରାଓରେ କହିଛନ୍ତି ଯେ ତାଙ୍କ ସରକାର ପାରସ୍ପରିକ ସମ୍ପର୍କର ନୀତି ଉପରେ କାର୍ଯ୍ୟ କରୁଛି। ସେହିଭଳି ମାଲିର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମ ସମାନତାକୁ ଗୁରୁତ୍ୱ ଦେଉଛି।

ଟ୍ରମ୍ପ ପ୍ରଶାସନର ନୀତି ଉପରେ ମନ୍ତବ୍ୟ ଦେଇ ମାଲିର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଆମେରିକାର ପଦକ୍ଷେପ ପାଇଁ ଦୁଃଖ ପ୍ରକାଶ କରୁଛୁ। କୌଣସି ପୂର୍ବ ପରାମର୍ଶ ବିନା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆମେ ଦୁଃଖିତ।

ମାଲି ଓ ବୁର୍କିନା ଫାସୋ ପୂର୍ବରୁ ପଡ଼ୋଶୀ ଦେଶ ନାଇଜର ଆମେରିକୀୟ ନାଗରିକଙ୍କ ଉପରେ ଯାତ୍ରା ନିଷେଧ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ମାଲି ଓ ବୁର୍କିନା ଫାସୋ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ତିନୋଟି ଦେଶରେ ବର୍ତ୍ତମାନ ସାମରିକ ସାସନ ରହିଛି। ଗଣତନ୍ତ୍ର ବିରୋଧରେ ବିଦ୍ରୋହ କରି ଏମାନେ କ୍ଷମତା ଦଖଲ କରିଥିଲେ। ଏବଂ ଅନ୍ୟ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଏବଂ ପାଶ୍ଚାତ୍ୟ ଶକ୍ତି ସହିତ ସମ୍ପର୍କ ତିକ୍ତ ହେବା ପରେ ରୁଷ ଆଡକୁ ମୁହାଁଇ ନିଜର ଆଞ୍ଚଳିକ ଗୋଷ୍ଠୀ ଗଠନ କରିଛନ୍ତି।

ସୂଚନା ଥାଉକି ଏହି ମାସ ଆରମ୍ଭରେ, ହ୍ୱାଇଟ୍ ହାଉସ୍ ଏହି ତିନିଟି ଦେଶର ନାଗରିକଙ୍କ ସହିତ ଦକ୍ଷିଣ ସୁଡାନ, ସିରିଆ ଏବଂ ପାଲେଷ୍ଟାଇନ ନାଗରିକଙ୍କ ଉପରେ ପୂର୍ଣ୍ଣ-ପ୍ରବେଶ କଟକଣା ଘୋଷଣା କରିଥିଲା। ଏହି କଟକଣା ୧ ଜାନୁଆରୀରୁ କାର୍ଯ୍ୟକାରୀ ହେବ ଏବଂ ଆମେରିକାର "ସୁରକ୍ଷାକୁ ନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆମେରିକା କହିଥିଲା। ଆମେରିକା ମୋଟ ୦ ଦେଶ ନାଗରିକଙ୍କ ଉପରେ କଟକଣା ଲଗାଇଛି।