LIVE TV

ପାକିସ୍ତାନରେ କେବଳ ୩୦ ଦିନର ପାଣି ରିଜର୍ଭ, ଇୟୁ ମଞ୍ଚରେ ସିନ୍ଧୁ ଜଳ ସନ୍ଧିକୁ ନେଇ ବିଳାପ କଲା ପାକିସ୍ତାନ, 80% ଚାଷ ଉପରେ ବିପଦ

NEWS7
us-president-donald-trump-closest-advisors-hope-hicks-tested-covid-19-positive

ନୂଆଦିଲ୍ଲୀ: ପାକିସ୍ତାନର ବିଦେଶ ମନ୍ତ୍ରୀ ଇଶାକ ଡାର୍ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ସିନ୍ଧୁ ଜଳ ସନ୍ଧି କଥା ଉଠାଇଛନ୍ତି । ସେ ୟୁରୋପୀୟ ମଞ୍ଚରେ ଜୋର ଦେଇ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ସ୍ଥଗିତ ହେବା ଅଞ୍ଚଳର ସ୍ଥିରତା ପାଇଁ ପ୍ରକୃତ ବିପଦ ଅଟେ । ଇଶାକ ଡାର, ଇୟୁ ଭାରତ-ପ୍ରଶାନ୍ତ ମନ୍ତ୍ରିସ୍ତରୀୟ  ବୈଠକରେ ଏହି କଥା କହିଛନ୍ତି । ଭାରତ ଚଳିତ ବର୍ଷ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ସନ୍ଧିୁକୁ ସ୍ଥଗିତ କରି ଦେଇଥିଲା ।

ଇଶାକ ଡାର କହିଛନ୍ତି, ପାଣିକୁ ସହଯୋଗର ଉତ୍ସ ଭାବେ ରଖାଯିବା ଦରକାର, ରାଜନୈତିକ ହତିଆର ନକରାଯିବା ଦରକାର । ମିଡିଆ ରିପୋର୍ଟ ଅନୁସାରେ ସେ ଭାରତ ସହ ତିକ୍ତତାକୁ ଶାନ୍ତ କରିବା ଉଦ୍ୟମରେ ଇୟୁ ଉଚ୍ଚ ପ୍ରତିନିଧିଙ୍କ ସମେତ ଅନ୍ତର୍ଜାତୀୟ ସହଯୋଗୀଙ୍କ ପ୍ରଶଂସା କରିଛନ୍ତି । ସିନ୍ଧୁ ଜଳ ସନ୍ଧି ବ୍ୟତୀତ ପାକିସ୍ତାନ ପୁଣି ଥରେ କାଶ୍ମୀରକୁ ନେଇ ବିଳାପ କରିଛି । ଭାରତ ସ୍ପଷ୍ଟ କରିଛି ଯେ କାଶ୍ମୀର ମାମଲାରେ ଭାରତ-ପାକିସ୍ତାନ ମଧ୍ୟର ଦ୍ୱିପାକ୍ଷିକ ପ୍ରସଙ୍ଗ ଓ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।

ସିଡନୀର ନନ୍-ପ୍ରଫିଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଇକୋନମିକ୍ସ ପିସ୍ (ଆଇଇପି)ର ୨୦୨୫ ଇକୋଲଜିକାଲ ଥ୍ରେଟ୍ ରିପୋର୍ଟରେ ଗତ ମାସରେ ଦାବି କରାଯାଇଥିଲା ଯେ ପାକିସ୍ତାନର ୮୦ ପ୍ରତିଶତ ଚାଷ ସିନ୍ଧୁ ବେସିନର ପାଣି ଉପରେ ନିର୍ଭର । ପାଣି ଅଭାବର ଗମ୍ଭୀର ବିପଦର ସାମନା କରୁଛି, କାରଣ ଭାରତ ପାଖରେ ସିନ୍ଧୁ ନଦୀର ପ୍ରବାହ ପରିବର୍ତ୍ତନ କରିବାର କ୍ଷମତା ରହିଛି । ୧୯୬୦ ଚୁକ୍ତି ଅନୁସାରେ ଭାରତ ପଶ୍ଚିମ ନଦୀ ସିନ୍ଧୁ, ଝେଲମ ଓ ଚେନାବର ପାଣି ପାକିସ୍ତାନ ସହ ସେୟାର କରିବା ପାଇଁ ସହମତି ଦେଇଥିଲା । ଅନ୍ୟପଟେ ବ୍ୟାସ୍, ରବି ଓ ସତଲେଜ ସମେତ ପୂର୍ବ ନଦୀ ଉପରେ ଭାରତର ନିୟନ୍ତ୍ରଣ କରିବ । ଏହି ସନ୍ଧି ଅଧିନରେ ଅନୁସାରେ ନୂଆଦିଲ୍ଲୀ ପାଣୀର ପ୍ରବାହକୁ ସମ୍ପୂର୍ଣ୍ଣ ରୂପେ ଅଟକାଇପାରିବ ନାହିଁ କିମ୍ୱା ଦିଗ ବଦଳାଇ ପାରିବ ନାହିଁ । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଡ୍ୟାମର ଅପରେସନରେ ସାମାନ୍ୟ ପରିବର୍ତ୍ତନ ବି ପାକିସ୍ତାନର ଚାଷୀଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇପାରେ ।

ରିପୋର୍ଟରେ ଆହୁରି ଚେତାବନୀ ଦିଆଯାଇଛି ଯେ ପାକିସ୍ତାନର ଜଳଭଣ୍ଡାର କ୍ଷମତା ନଦୀର ପ୍ରବାହ ହିସାବରେ କେବଳ ୩୦ ଦିନର ଯାଏ ହିଁ ସୀମିତ, ଯାହା ଫଳରେ ଏହା ଋତୁକାଳୀନ ଅଭାବର ସମ୍ମୁଖୀନ ହୁଏ । ମେ ମାସରେ ଭାରତ ଚେନାବ ନଦୀର ସଲାଲ ଏବଂ ବାଗଲିହାର ଡ୍ୟାମରେ ଜଳଭଣ୍ଡାରଗୁଡ଼ିକୁ ଫ୍ଲସ୍ କରିଥିଲା । ଏହା ଫଳରେ ପାକିସ୍ତାନର ଚେନାବ ନଦୀ କୂଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।