LIVE TV

ଦିଲ୍ଲୀ ବିସ୍ଫୋରଣ : ଡାକ୍ତରୀ ଛାତ୍ରଙ୍କୁ ବାନ୍ଧିଲା NIA, ଅଲ ଫଲାହରେ ପଢୁଥିଲେ MBBS

NEWS7
us-bans-funding-of-terrorist-organizations-originating-on-pakistan-land

କୋଲକାତା, ୧୫|୧୧: ଦିଲ୍ଲୀ ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ଅଧିକ ତତ୍ପର ହୋଇଯାଇଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଅଲ ଫଲାହ ୟୁନିଭର୍ସିଟି ଲିଙ୍କରେ ଖୋଳତାଡ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଶନିବାର ପଶ୍ଚିମବଙ୍ଗରୁ ଆଉ ଜଣେ ଏମବିବିଏସ ଛାତ୍ରଙ୍କୁ ଗିରଫ କରାଯାଇଛି । ଗିରଫ ଡାକ୍ତରୀ ଛାତ୍ର ହେଲେ ନିସାର ଆଲମ୍ ।

ବିସ୍ଫୋରଣ ମାମଲା ସାମ୍ନାକୁ ଆସିବା ଦିନ ଚର୍ଚ୍ଚାକୁ ଆସିଥିଲା ଅଲ ଫଲାହ ୟୁନିଭର୍ସିଟି । ଏହି ବିଶ୍ବବିଦ୍ୟାଳର ଅନେକ ଡାକ୍ତରଙ୍କ ଘରେ ରେଡ୍ ହୋଇଥିଲା । ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା । ୪ରୁ ଅଧିକ ଡାକ୍ତରଙ୍କ ସିଧାସଳଖ ଲିଙ୍କ୍ ଅଲ ଫଲାହ ସହ ରହିଥିଲା । ଏପରିକି ଦିଲ୍ଲୀ ବିସ୍ପୋରଣର ମାଷ୍ଟରମାଇଣ୍ଡ ଉମର ଅଲ ଫଲାହ ୟୁନିଭର୍ସିଟିର ବିଲ୍ଡିଂରେ ସମସ୍ତ ଷଡଯନ୍ତ୍ର କରିଥିବା ପୋଲିସ ସୁରାକ ପାଇଥିଲା । ଯାହାପରେ ଅନ୍ୟ ଟେରର ଲିଙ୍କର ଖୋଳତାଡ ଆରମ୍ଭ କରାଯାଇଥିଲା ।

ତେବେ ଶନିବାର ପଶ୍ଚିମବଙ୍ଗର ଡାଲଖୋଲାଲେ ଏନଆଇଏ ଚଢଉ କରିଥିଲା । ଏଠାରେ ନିସାର ଲୁଚିଥିବା ଖବର ପାଇବା ପରେ ରେଡ୍ କରାଯାଇଥିଲା । ଗିରଫ କରାଯିବା ପରେ ତାକୁ ଇସଲାମପୁର ପୋଲିସ ଷ୍ଟେସନକୁ ନିଆଯାଇଥିଲା । ସେଠାରେ ପଚରାଉଚରା ପରେ ତାକୁ ଦାର୍ଜିଲିଂର ସିଲିଗୁଡି ନିଆଯିବ । ଶେଷରେ ଦିଲ୍ଲୀକୁ ଅଣାଯିବ ।

ନିସାର ଗିରଫ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କିନ୍ତୁ ସେ ଜଣେ ମୃଦୁଭାସୀ ଏବଂ ଭଦ୍ର ଛାତ୍ର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । କୌଣସି ଆତଙ୍କବାଦୀ ଘଟଣାରେ ତାଙ୍କର ସଂପୃକ୍ତି ବାବଦରେ କେହି କେବେ ସନ୍ଦେହ କରିନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।