LIVE TV

1xBet ବେଟିଂ କେସ୍: ସୁରେଶ ରାଇନା ଓ ଶିଖର ଧାୱନଙ୍କ ୧୧.୧୪ କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଇଡି

NEWS7
us-and-japan-created-chakravyuh-britain-france-and-germany-to-surround-china

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଶିଖର ଧାୱନଙ୍କ ୧୧.୧୪ କୋଟି ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ସିଜ୍ କରିଛି । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ନିରୋଧ ଆଇନ (ପିଏମଏଲଏ), ୨୦୦୨ ଅଧିନ କରାଯାଇଛି । ସିଜ୍ କରାଯାଇଥିବା ସମ୍ପତ୍ତିରେ ସୁରେଶ ରାଇନାଙ୍କ ୬.୬୪ କୋଟି ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଓ ଶିଖର ଧାୱନଙ୍କ ନାଁରେ ଥିବା ୪.୫ କୋଟି ଟଙ୍କା ଏକ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି ।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ଅନେକ ରାଜ୍ୟରେ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ଏଫଆଇଆର୍ ଉପରେ ଆଧାରିତ ଅଟେ । ଏହି ମାମଲା ବେଆଇନ ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ସହ ଜଡିତ ଅଟେ । ତଦନ୍ତରେ ଜଣାପଡ଼ିଛି ଯେ 1xBet ଓ ଏହା ସୁରୋଗେଟ୍ ଗ୍ରାଣ୍ଡ- 1xBet, 1xBet Sporting Lines- ଭାରତରେ ବିନା କୌଣସି ଅନୁମତିରେ ଅନଲାଇନ୍ ଗେମ୍ୱଲିଂ ଓ ଜୁଆ ଖେଳକୁ ପ୍ରଚାର କରୁଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ, ରାଇନା ଓ ଧାୱନ ବିଦେଶୀ କମ୍ପାନି ସହ ମିଶି ଏହି ପ୍ଲାଟଫର୍ମର ପ୍ରଚାର କରିଥିଲେ ଓ ଏହା ବଦଳରେ ସେମାନଙ୍କୁ ବିଦେଶୀ ମାର୍ଗରେ ଟଙ୍କା ପାଇଥିଲେ । ଏହି ଟଙ୍କା ବେଆଇନ ଗେମ୍ୱଲିଂରୁ ଆୟ କରାଯାଇଥିଲା, ଯାହାର ପ୍ରକୃତ ମାର୍ଗ ଲୁଚାଇବା ପାଇଁ ଜଟିଳ ନେଣଦେଣ କରାଯାଇଥିଲା ।

ତଦନ୍ତରେ କଣ କଣ ସାମନାକୁ ଆସିଛି

  • 1xBet ଭାରତରେ ହଜାର ହଜାର ଫେକ୍ (ମ୍ୟୁଲ୍)ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କାର ନେଣଦେଣ କରୁଥିଲା ।
  • ଏବେ ସୁଦ୍ଧା ୬୦୦୦ରୁ ଅଧିକ ଫେକ୍ ଆକାଉଣ୍ଟ ସାମନାକୁ ଆସିଛି ।
  • ଏହି ଆକାଉଣ୍ଟ ଜିଆରେ ଗେମ୍ୱଲିଂ ଟଙ୍କାରୁ ଅଲଗା ଅଲଗା ପେମେଣ୍ଟ ଗେଟୱେ ଜରିଆରେ ମୂଳ ଆକାଉଣ୍ଟକୁ ନିଆଯାଇଥିଲା ।
  • ତଦନ୍ତରେ ଜଣାପଡ଼ିଛି ଯେ ଅନେକ ପେମେଣ୍ଟ ଗେଟୱେ ବିନା କେୱାଇସି ଭେରିଫିକେସନରେ ହିଁ ବ୍ୟବସାୟୀ (ମର୍ଚେଣ୍ଟ) ଯୋଡ଼ିଥିଲା ।
  • ମନି ଲଣ୍ଡ୍ରିଂର ମୋଟ ଟ୍ରେଲ୍ ୧୦୦୦ କୋଟି ଟଙ୍କାରୁ ବି ଅଧିକ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଚାରି ପେମେଣ୍ଟ ଗେଟୱେ ଉପରେ ଚଢଉ କରିଛି ଓ ୬୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ୍ସକୁ ଫ୍ରିଜ୍ କରିଛି । ଏବେ ସୁଦ୍ଧା ୪ କୋଟିରୁ ଅଧିକ ଟଙ୍କାରୁ ଫ୍ରିଜ୍ କରାଯାଇଛି । ଏହାସହ କୌଣସି ପ୍ରକାର ଆଇଲାଇନ୍ ଜୁଆର ପ୍ରଚାର ଓ ପ୍ରସାନ ଏବଂ ଏଥିରେ ସାମିଲ ନହେବା ପାଇଁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ।