୨୮ ବର୍ଷ ପରେ ପୁଣି ଥରେ ଆସିବ ଚିଠି, 'ବର୍ଡର -୨' ଲୋକପ୍ରିୟ ଗୀତ 'ଘର କବ ଆଓଗେ'ର ଟିଜର ରିଲିଜ୍

NEWS7
urfi-javed-hot-look-in-backless-shimmery-beige-dress-see-her-bold-pics

ମୁମ୍ଵାଇ ୨୯।୧୨; ୧୯୯୭ ମସିହାରେ ସନି ଦେଓଲଙ୍କ ଦେଶାତ୍ମବୋଧକ ଚଳଚ୍ଚିତ୍ର "ବର୍ଡର" ମୁକ୍ତିଲାଭ କରିଥିଲା। ଏହା ସମସ୍ତଙ୍କ ହୃଦୟରେ ଦେଶପ୍ରେମର ଉତ୍ସାହ ସୃଷ୍ଟି କରିଥିଲା। ଏବେ, ୨୯ ବର୍ଷ ପରେ ପାର୍ଟ-୨ ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ୍ ହେବ "ବର୍ଡର ୨" । ଏଥିରେ ସନି ଦେଓଲଙ୍କ ସହିତ ନୂଆ ପିଢ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଟିଜର ନିକଟରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି କରିଥିଲା। ଏବେ, "ଘର କବ୍ ଆଓଗେ" ଗୀତର ଟିଜର ରିଲିଜ୍ ହୋଇଛି ।

"ବର୍ଡର" ସହିତ ଏହାର ଗୀତ ଗୁଡ଼ିକୁ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ସେଥିରୁ "ସନ୍ଦେସେ ଆତେ ହେଁ" ଗୀତଟି ବହୁତ ଅଧିକ ହୃଦୟ ଛୁଇଁଥିଲା। ହେଲେ "ବର୍ଡର ୨" ଏକ ନୂଆ ଶୈଳୀରେ ଉପସ୍ଥାପିତ ହେବ, ଯାହାର ଟାଇଟଲ ହେବ "ଘର କବ୍ ଆଓଗେ"। ଚାରି ଜଣ ପ୍ରସିଦ୍ଧ ଗାୟକ ଏହି ଗୀତଟି ଗାଇଛନ୍ତି। ନିର୍ମାତାଙ୍କ ଦ୍ୱାରା ରିଲିଜ୍ ଟିଜର ନିଶ୍ଚିତ ଭାବରେ ଆପଣଙ୍କୁ ଭାବପ୍ରବଣ କରିବ। "ଘର କବ୍ ଆଓଗେ" ଟିଜର ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ।

"ଘର କବ୍ ଆଓଗେ" ଗୀତର ଟିଜର ରିଲିଜ

ଏହି ୪୬ ସେକେଣ୍ଡର ଟିଜରରେ ଗୋଟିଏ ପରେ ଗୋଟିଏ ଚାରି ଜଣ ପ୍ରସିଦ୍ଧ ଗାୟକଙ୍କ ସ୍ୱର ଶୁଣିବାକୁ ମିଳୁଛି। ସୋନୁ ନିଗମଙ୍କ ପରେ, ବିଶାଲ ମିଶ୍ର, ଅରିଜିତ ସିଂହ ଏବଂ ଦିଲଜିତ ଦୋସାଞ୍ଜ ମଧ୍ୟ "ଘର କବ ଆଓଗେ" ଗାଇବା ସହ ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଏକାଠି ହୋଇଛନ୍ତି। "ସନ୍ଦେସେ ଆତେ ହେ" ଜାଭେଦ ଅଖତର ଲେଖିଥିବା ବେଳେ ସଂଗୀତ ଅନୁ ମାଲିକଙ୍କର । ଏବେ ଏହାକୁ ରିକ୍ରିଏଟ୍ ଭର୍ସନ ଦେଇଛନ୍ତି ମିଥୁନ୍ ଓ ମନୋଜ ମୁନ୍ତାଶିର ।

ଗୀତଟି କେବେ ମୁକ୍ତିଲାଭ କରିବ?

"ଘର କବ ଆଓଗେ" ର ଟିଜର ଆଉଟ୍ ସହ, ନିର୍ମାତା ଗୀତଟିର ରିଲିଜ୍ ଡେଟ୍ କନଫର୍ମ କରିଛନ୍ତି। ନିର୍ମାତା ଏହାକୁ ଗ୍ରାଣ୍ଡ ସେଲିବ୍ରେସନ୍ରେ ଲଞ୍ଚ କରିବାକୁ ଯାଉଛନ୍ତି। "ଘର କବ ଆଓଗେ" ଗୀତଟି ଶୁକ୍ରବାର, ଜାନୁଆରୀ ୨, ୨୦୨୬ରେ ରାଜସ୍ଥାନର ଜୈସଲମେର ଜିଲ୍ଲାର ଲୋଙ୍ଗେୱାଲା-ତାନୋଟରେ ଲଞ୍ଚ ହେବ। କହିବାକୁ ଗଲେ ଫିଲ୍ମଟି ୨୩ ଜାନୁଆରୀ ୨୦୨୬ରେ ସିନେମା ଘରେ ଧମାଲ କରିବ ।