ଦୁଇ ବର୍ଷ ପ୍ରସ୍ତୁତ କରି ପ୍ରଥମ ପ୍ରୟାସରେ IAS, ତାଙ୍କ ଇନସ୍ପିରେସନ୍ ବିରାଟ କୋହଲି

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ ୨୧।୦୪ : ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଭିତରେ ନିଜର ପରିଚୟ ସୃଷ୍ଟି କରିବା ଛୋଟ କଥା ନୁହେଁ। କଠିନ ପରିଶ୍ରମ ହିଁ ନିଜ ଲକ୍ଷ୍ୟ ହାସଲ କରିବାରେ କରେ  ସାହାଯ୍ୟ। UPSC 2023ର ଫଳାଫଳ ଆସିବା ପରେ ସଫଳତା ପାଇଥିବା କ୍ୟାଣ୍ଡିଡେଟଙ୍କୁ ନେଇ ହେଉଛି ଚର୍ଚ୍ଚା। ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ UPSC ଟପ୍ କରିଥିବାବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଟପ୍-2 । ଡୋନୁରୁ ଅନନ୍ୟା ରେଡ୍ଡୀ ତାଲିକାରେ ତୃତୀୟ ସ୍ଥାନରେ । ଏହାସହ ସେ ମହିଳାମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଥମ ସ୍ଥାନରେ । ଯଦିଓ ଜଣେ ପୁଅ ଶୀର୍ଷରେ ରହିଛନ୍ତି, ତଥାପି ଚଳିତ ବର୍ଷ ମହିଳାଙ୍କ ପ୍ରାଧାନ୍ୟ କମିନି। UPSC CSE ରେଜଲ୍ଟ 2023ର ଶ୍ରେଷ୍ଠ ୧୦ରେ 6 ଟି ନାଁ ମହିଳାଙ୍କର। ଏମାନଙ୍କ ମଧ୍ୟରୁ ଡୋନୁରୁ ଅନନ୍ୟା ରେଡ୍ଡୀ କରିଛନ୍ତି  ରେକର୍ଡ।  ସେ ଶ୍ରେଷ୍ଠ 20ର ସର୍ବକନିଷ୍ଠ ସଫଳ ପ୍ରାର୍ଥୀ ।

ତେଲେଙ୍ଗାନାର ବାସୀନ୍ଦା ଅନନ୍ୟା ରେଡ୍ଡୀ। ପ୍ରଥମ ପ୍ରୟାସରେ କରିଛନ୍ତି  ୟୁପିଏସସି କ୍ରାକ୍।  ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଜେଜେବାପା ତାଙ୍କୁ ନାଗରିକ ସେବା ବିଷୟରେ କହିଥିଲେ ଏବଂ ସେବେଠାରୁ ସେ ଆଇଏଏସ୍ ଅଧିକାରୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ଅନେକ ସାକ୍ଷାତକାରରେ ଅନନ୍ୟା ପ୍ରସିଦ୍ଧ କ୍ରିକେଟ୍ ଖେଳାଳି ବିରାଟ କୋହଲିଙ୍କୁ ତାଙ୍କ ପ୍ରେରଣା ବୋଲି କହିଛନ୍ତି।  ସେ କହିଛନ୍ତି, ବିରାଟ କୋହଲି ମୋ ପ୍ରିୟ କ୍ରିକେଟର। ମୋତେ ଲାଗେ ସେ ଅନେକଙ୍କ ପାଇଁ ପ୍ରେରଣା। କେବେ ହାର୍ ନ ମାନିବାର ଜିଦ୍, ଅନୁଶାସନ, ଆଉ ତାଙ୍କ କାମ ହିଁ ହେଉଛି ଏକ ବଡ଼ ଶିକ୍ଷା। ସେଥିପାଇଁ ସେ ମୋ ପାଇଁ ପ୍ରେରଣା।‘

ଡୋନୁରୁ ଅନନ୍ୟା ରେଡ୍ଡୀଙ୍କ ଜନ୍ମ ତେଲେଙ୍ଗାନାର ଏକ ଛୋଟ ଗାଁ ପୋନକାଲରେ।  ସେ ପରିବାରର ପ୍ରଥମ ଝିଅ ଯିଏ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ କର୍ମଚାରୀ ହେବାକୁ ଯାଉଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ଭୂଗୋଳରେ ସ୍ନାତକ ହାସଲ କରିଛନ୍ତି। ତାଙ୍କ ବାପା ଜଣେ ବ୍ୟବସାୟୀ ଏବଂ ମା ଜଣେ ଗୃହିଣୀ। 2021ରେ ସ୍ନାତକ ଡିଗ୍ରୀ ସମାପ୍ତ କରିବା ପରେ ଅନନ୍ୟା ରେଡ୍ଡୀ 2 ବର୍ଷ ପାଇଁ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।  ତାଙ୍କର କଠିନ ପରିଶ୍ରମ, ନିଷ୍ଠା ହିଁ ପାଇଁ ହିଁ ସେ ପ୍ରଥମ ପ୍ରୟାସରେ UPSC କ୍ରାକ୍ କରି ହୋଇଛନ୍ତି ଆଇଏଏସ୍। ଆଉ ଏବେ ସେ ଅନେକଙ୍କ ପାଇଁ ପ୍ରେରଣା ଓ ଉଦାହରଣ। 

Also Read-

ଧସୁଛି ଚୀନ୍; ବିପଦରେ ୨୭ କୋଟି, ବର୍ଷକୁ ୩ମିମି ଜମି ଦବୁଛି, ଭୂତଳ ଜଳ ଓ ଅଟ୍ଟାଳିକା ବଢ଼ାଉଛି ସମସ୍ୟା


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.