ନୂଆଦିଲ୍ଲୀ: ଦିଲ୍ଲୀ ସାଂସଦ ମନୋଜ ତିୱାରୀଙ୍କ ଝିଅ ରିତା ତିୱାରୀ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଠାରେ କିଛି ଦକ୍ଷତା ଦେଖିଲେ। ଏଥିପାଇଁ ସେ ନଡ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି।
ଦଳରେ ଯୋଗ ଦେବା ନେଇ ରିତିକା କହିଛନ୍ତି “ ମୁଁ ଆଶ୍ଚର୍ଯ୍ୟ. ଏହା ସମ୍ପୂର୍ଣ୍ଣ ଠାକୁରଙ୍କ ଆଶୀର୍ବାଦ। ମୁଁ ଏ ବିଷୟରେ ଜାଣି ନଥିଲି। ମୁଁ ଭାବିଥିଲି ଯେ ୧୦-୧୫ ବର୍ଷ ପରେ ମୋ ସହ ଏପରି ହେବ। କିନ୍ତୁ ବିଜେପି ଅଧ୍ୟକ୍ଷ ମୋଠାରେ କିଛି ଦେଖିଲେ। କିନ୍ତୁ ମୁଁ ସୁନିଶ୍ଚିତ କରିବି ଯେ କେହି ଯେମିତି ମୋ ଦ୍ୱାରା ନିରାଶ ନ ହୁଅନ୍ତୁ।” ପିଟିଆଇକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ରିତା ତିୱାରୀ।
୨୨ ବର୍ଷୀୟ ରିତା ତିୱାରୀ ବାପାଙ୍କ ପରି ଜଣେ ଗାୟକ ଓ ଗୀତିକାର ମଧ୍ୟ। ସେ ଏକ ସ୍ୱେଚ୍ଛାସେବୀ ସଂଗଠନରେ ଚାକିରି କରୁଥିବା ବେଳେ ସମାଜ ସେବା ପ୍ରତି ତାଙ୍କର ଇଚ୍ଛା ଅଛି ବୋଲି ରୀତା କହିଛନ୍ତି। ତାଙ୍କ ବାପା ଉତ୍ତରପୂର୍ବ ଦିଲ୍ଲୀ ଆସନର ସାଂସଦ ଅଛନ୍ତି। ୨୦୧୪ରୁ ମନୋଜ ତିୱାରୀ ଏହି ଆସନରୁ ଜିତି ଆସୁଛନ୍ତି। ଏହି ନିର୍ବାଚନରେ ମଧ୍ୟ ମନୋଜଙ୍କୁ ଦଳ ପ୍ରାର୍ଥୀ କରିଛି। ଅନ୍ୟ ୬ ସାଂସଦଙ୍କ ଟିକେଟ କଟାଯାଇଛି।
ପଢ଼ନ୍ତୁ-AAP ଛାଡିସାରିଥିବା ରାଜକୁମାର ଆନନ୍ଦ ବିଜେପି ନୁହେଁ ଯୋଗ ଦେଲେ ମାୟାବତୀଙ୍କ ବିଏସପିରେ
ମନୋଜ ତିୱାରୀ ତାଙ୍କ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସ କହ୍ନେୟା କୁମାରଙ୍କୁ ପ୍ରାର୍ଥୀ କରିଛି। ୭ ଲୋକସଭା ଆସନ ଥିବା ଦିଲ୍ଲୀରେ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବ। ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ।