LIVE TV

କେବେ ସରିବ ଆମେରିକାର ଟାରିଫ୍‌ ଟେନସନ, କେବେ ଏଥିରେ ପଡ଼ିବ ପୂର୍ଣ୍ଣଚ୍ଛେଦ ? ପିୟୂଷ ଗୋୟଲ ଦେଲେ ଏମିତି ଜବାବ

NEWS7
up-police-seized-more-than-crore-rupees-of-gold

ନୂଆଦିଲ୍ଲୀ : ଆମେରିକା ସହ ଭାରତର ଶୁଳ୍କ ଯୁଦ୍ଧ ଏବେ ବି ଜାରି ରହିଛି। ଆମେରିକୀୟ ଶୁଳ୍କ ଉପରେ ଭାରତକୁ କେବେ ଗୁଡ୍ ନ୍ୟୁଜ୍ ମିଳିବ ? କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଜବାବ ଦେଇଛନ୍ତି। ପୀୟୁଷ ଗୋୟଲ କହିଛନ୍ତି - ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି । ତଥାପି, ସେ ଏ ସମ୍ପର୍କିତ କୌଣସି ବିବରଣୀ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ପୀୟୁଷ ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀରେ ବେଳେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ବାରା ଲାଗୁ କରାଯାଇଥିବା ଉଚ୍ଚ ଶୁଳ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇ ଥିଲା। ଏହା ଉପରେ, କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଏହି ସମ୍ପର୍କିତ ନିଷ୍ପତ୍ତି ଉପରେ ଏକ ସହମତି ହୋଇଯିବ, ସେତେବେଳେ ଗଣମାଧ୍ୟମକୁ ଏହା ବିଷୟରେ ସୂଚନା ଦିଆଯିବ।

ପୀୟୁଷ ଗୋୟଲ କହିଛନ୍ତି ଯେ, ଆଲୋଚନା ବହୁତ ଭଲ ପରିବେଶରେ ଆଗକୁ ବଢ଼ୁଛି। ସେ କହିଛନ୍ତି, " ମୁଁ ପୂର୍ବରୁ ଅନେକ ଥର କହି ସାରିଛି ଯେ, ମୁକ୍ତ ବାଣିଜ୍ୟ ଚୁକ୍ତିନାମା କିମ୍ବା ବାଣିଜ୍ୟ ଆଲୋଚନା କେବେବି ଏକ ସମୟସୀମା ସହିତ କରାଯାଏ ନାହିଁ।" ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହା ସୁନିଶ୍ଚିତ ନହୋଇଛି ଯେ , ଏହା ଦେଶ ହିତରେ ନାହିଁ ,ସେପର୍ଯ୍ୟନ୍ତ ଆମେରିକା ସହିତ କୌଣସି ଚୁକ୍ତି ହେବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଚାଷୀ, ମତ୍ସ୍ୟଜୀବୀ ଏବଂ MSME କ୍ଷେତ୍ରର ସ୍ବାର୍ଥକୁ ଧ୍ୟାନରେ ରଖାଯିବ। ଭାରତର କୃଷି କ୍ଷେତ୍ରରେ ଆମେରିକା ରିହାତି ଚାହୁଁ ଥିବାରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଗୁରୁତ୍ତ୍ୱପୂର୍ଣ୍ଣ।

ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲଙ୍କ ନେତୃତ୍ବରେ ଭାରତୀୟ ଅଧିକାରୀଙ୍କ ଏକ ଦଳ ଏହି ସପ୍ତାହରେ ୱାଶିଂଟନରେ ସେମାନଙ୍କ ଆମେରିକୀୟ ବାଣିଜ୍ୟ ମନ୍ତ୍ରୀଙ୍କ ସହ ବାଣିଜ୍ୟ ଆଲୋଚନା କରିବାକୁ ଯାଇଥିଲେI ଚଳିତ ବର୍ଷ ଫେବୃଆରୀରେ, ଭାରତ ଏବଂ ଆମେରିକାର ନେତାମାନେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଉପରେ ଆଲୋଚନାକୁ ଆଗକୁ ବଢ଼ାଇବାକୁ ଅଧିକାରୀମାନଙ୍କୁ କହି ଥିଲେ। ସେମାନେ ଅକ୍ଟୋବର-ନଭେମ୍ବର ୨୦୨୫ରେ ସୁଦ୍ଧା ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସମାପ୍ତ କରିବାକୁ ଏକ ସମୟସୀମା ସୀମା ଧାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ପାଞ୍ଚ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି। ଗତ ମାସରେ, ଗୋୟଲ ବାଣିଜ୍ୟ ଆଲୋଚନା ପାଇଁ ନ୍ୟୁୟର୍କରେ ଏକ ସରକାରୀ ପ୍ରତିନିଧିମଣ୍ଡଳର ନେତୃତ୍ବ ନେଇଥିଲେ।

ଗୋୟଲ ବିଶ୍ବାସ କରିଛନ୍ତି ଯେ, ଆମେରିକାର ଶୁଳ୍କ ଯୋଗୁଁ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ବେ ଭାରତର ରପ୍ତାନିରେ ସକାରାତ୍ମକ ଅଭିବୃଦ୍ଧି ଘଟିବ। ସେ କହିଛନ୍ତି - ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ (ଏପ୍ରିଲ-ସେପ୍ଟେମ୍ବର) ମଧ୍ୟରେ ଦେଶର ସାମଗ୍ରୀ ଏବଂ ଏବଂ ସେବା ରପ୍ତାନିରେ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷ  ୨୦୨୫-୨୬ର ଏପ୍ରିଲ-ସେପ୍ଟେମ୍ୱର ବେଳେ ଏହା ପାଖାପାଖି ପାଞ୍ଚ ପ୍ରତିଶତ ବୃଦ୍ଧି ପାଇ ୪୧୩.୩ ବିଲିୟନ ଡଲାର ହୋଇଛି। ଏହି ସମୟ ମଧ୍ୟରେ ସେପ୍ଟେମ୍ବର ଭାରତର ସାମଗ୍ରୀ ରପ୍ତାନି ମଧ୍ଯ ତିନି ପ୍ରତିଶତ ବୃଦ୍ଧି ପାଇ ୨୨୦.୧୨ ବିଲିୟନ ଡଲାର ହୋଇଛି।​​​​​​​