କିରିବାଟି, ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆରେ ନୂଆ ବର୍ଷକୁ ଧୁମଧାମରେ ସ୍ୱାଗତ, ଭାରତରେ ଶେଷ ସୂର୍ଯ୍ୟାସ୍ତ

NEWS7
up-cm-yogi-adityanath-odisha-visit-today

ନୂଆଦିଲ୍ଲୀ: ଆଜି ୨୦୨୫ର ଶେଷ ଦିନ । ଗୁରୁବାର ଠାରୁ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷକୁ ଉତ୍ସାହର ସହ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତି କରୁଛନ୍ତି । ଗୋଟିଏ ପଟେ ଦୁନିଆ କ୍ୟାଲେଣ୍ଡର ପୃଷ୍ଠା ବଦଳାଇବାକୁ ଯାଉଥିବା ବେଳେ, ନ୍ୟାଜିଲାଣ୍ଡରେ ନୂଆ ବର୍ଷକୁ ଧୁମଧାମ ସହ ସ୍ୱାଗତ କରାଯାଇଛି । ଅକଲ୍ୟାଣ୍ଡରେ ଆତସବାଜି ସହ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ସହରର ପ୍ରସିଦ୍ଧ ସ୍କାଇ ଟାୱାର ଉପରେ ଆକାଶ ଆଲୋକିତ ହୋଇଛି । ପାଞ୍ଚ ମିନିଟର ଏହି ଶୋ’ରେ ୨୪୦ ମିଟର ଉଚ୍ଚ ସ୍କାଇ ଟାୱାରର ଭିନ୍ନ ଭିନ୍ନ ମଲହାରୁ ୩୫୦୦ ପ୍ରକାର ଆତସବାଜି କରାଯାଇଥିଲା ।

ବିଶ୍ୱ ନୂଆ ବର୍ଷରେ ପ୍ରବେଶ କରିଛି । ଦୁନିଆର ସବୁଠୁ ପୂର୍ବ କୋଣରେ ଥିବା ଦ୍ୱୀପ ରାଷ୍ଟ୍ର କିରିବାଟି, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରାତ୍ରିରେ ୨୦୨୬କୁ ସ୍ୱାଗତ କରାଯାଇଛି । କିରିବାଟିରେ ଭାରତ ଠାରୁ ୮:୩୦ ଘଣ୍ଟା ପୂର୍ବରୁ, ନ୍ୟୁଜିଲ୍ୟାଣ୍ଡରେ ୭:୩୦ ଘଣ୍ଟା ପୂର୍ବରୁ ଏବଂ ଅଷ୍ଟ୍ରେଲିଆରେ ୫:୩୦ ଘଣ୍ଟା ପୂର୍ବରୁ ନୂଆ ବର୍ଷ ଆରମ୍ଭ ହୋଇଛି ।

ବିଶ୍ୱର ବିଭିନ୍ନ ଟାଇମ୍ ଜୋନ୍ ଯୋଗୁ ୨୯ଟି ଦେଶ ଭାରତ ଆଗରୁ ନୂଆବର୍ଷ ପୂର୍ବରୁ ପାଳନ କରନ୍ତି । ଏଥିରେ କିରିବାଟି, ସାମୋଆ, ଟୋଙ୍ଗା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ପାପୁଆ ନ୍ୟୁଗିନି, ମିଆଁମାର, ଜାପାନ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ନେପାଳ ସାମିଲ ଅଛନ୍ତି ।

ଭାରତର ଶେଷ ଦିନରେ ବିଭିନ୍ନ ସହରରେ ସୂର୍ଯ୍ୟାସ୍ତର ଫଟୋ ଏବଂ ଭିଡିଓ ସାମନାକୁ ଆସିଛି ।