'ସେ ମୋ ବିଜୟର ସାରଥୀ, ସେଥିପାଇଁ ଏ ପୁରସ୍କାର ତାଙ୍କୁ ଉତ୍ସର୍ଗ: କୁଆଡେ ଯାଏଁ ବିରାଟଙ୍କ ଟ୍ରଫି?

NEWS7
unseasonal-rain-once-again-harassed-odisha-farmers

ନୂଆଦିଲ୍ଲୀ ୧୨/୦୧: ବର୍ଷ ଆରମ୍ଭରୁ ଭାରତର ଦମଦାର ବିଜୟ । ଭଦୋଦରାରେ ଖେଳାଯାଇଥିବା ପ୍ରଥମ ODIରୁ ବିଜୟ ଅଭିଯାନ ଆରମ୍ଭ କରିଛି ମେନ୍ ଇନ୍ ବ୍ଲୁ । ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଥିଲା । ପ୍ରଥମ ODIରେ ଭାରତୀୟ ଦଳର ବିଜୟର ନାୟକ ଥିଲେ ବିରାଟ କୋହଲି । ଏହି ମ୍ୟାଚ୍ରେ ବିରାଟ ୯୩ରନ୍ କରି ଆଉଟ୍ ହୋଇଥିଲେ ।

୩୦୧ ରନ୍‌ର ଟାର୍ଗେଟ୍‌କୁ ପିଛା କରି, ସେ ଏହି ଇନିଂସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ଯାହା ତାଙ୍କର ODIରେ ୪୫ ତମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଥିଲା । ତେବେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୭୧ତମ ଟ୍ରଫି ବି ଥିଲା । ଏବେ ପ୍ରଶ୍ନ ଉଠୁଛି, ଏତେ ପୁରସ୍କାରକୁ ନେଇ ବିରାଟ କୋହଲି କ'ଣ କରନ୍ତି? କିଏ ନେଇଯାଏ ତାଙ୍କ ଟ୍ରଫି ।

ମ୍ୟାଚ୍ ପରେ ପୁରସ୍କାର ଉପସ୍ଥାପନା ସମୟରେ ବିରାଟ କୋହଲିଙ୍କୁ ଏକ ପ୍ରଶ୍ନର ପଚାରିଥିଲେ ଉପସ୍ଥାପକ ହର୍ଷା ଭୋଗଲେ । ପ୍ରଶ୍ନ ଥିଲା କି "୪୫ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ବହୁତ ଅଧିକ । ଏତେ ପୁରସ୍କାର ରଖିବା ପାଇଁ ତୁମକୁ ଏକ ଅଲଗା କୋଠରୀର ଆବଶ୍ୟକତା ପଡ଼ିଥିବ ? ବିରାଟ ଉତ୍ତର ଦେଇଥିଲେ ଯେ, ସେ ସେଗୁଡ଼ିକୁ ତାଙ୍କ ମା'ଙ୍କୁ ଦେଇ ଦିଅନ୍ତୁ । ଗୁରୁଗ୍ରାମରେ ତାଙ୍କ ମାଆଙ୍କ ପାଖକୁ ପଠାଇ ଦିଅନ୍ତୁ । ତାଙ୍କ ମାଆ ତାଙ୍କ ଟ୍ରଫିଗୁଡ଼ିକୁ ରଖିବାକୁ ପସନ୍ଦ କରନ୍ତି ଏବଂ ଗର୍ବ ଅନୁଭବ କରନ୍ତି । ତେଣୁ ସେ ତାଙ୍କ ମାଆଙ୍କୁ ପୁରସ୍କାର ପଠାଇ ଦିଅନ୍ତୁ ବୋଲି କହିଛନ୍ତି ।

 

ବିରାଟ କୋହଲି କହିଥିଲେ "ସତ କହିବାକୁ ଗଲେ, ମୁଁ କେତେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛି ତାହା ମୋତେ ଜଣା ନାହିଁ । ମୁଁ ସମସ୍ତ ଟ୍ରଫି ଗୁରୁଗ୍ରାମରେ ଥିବା ମୋ ମାଆଙ୍କୁ ପଠାଏ। ମୁଁ ସେଗୁଡ଼ିକୁ ରଖିବାକୁ ଭଲ ପାଏ। ମୋର ଯାତ୍ରାକୁ ପଛକୁ ଫେରି ଚାହିଁଲେ, ଏହା ଏକ ସ୍ୱପ୍ନଠାରୁ କମ୍ ନୁହେଁ। ମୁଁ ସବୁବେଳେ ମୋର କ୍ଷମତା ଉପରେ ବିଶ୍ୱାସ କରୁଥିଲି, କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଏଠାରେ ପହଞ୍ଚିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ।