ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା, ଓପିଆରବିର ଜଣେ ଡିଏସପିଙ୍କୁ ସମନ

NEWS7
unlock-privilege-in-lockdown-5-may-open-school-and-colleges

ଭୁବନେଶ୍ୱର ୦୮।୧୨ : ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଓପିଆରବିର ଜଣେ ଡିଏସପିଙ୍କୁ ସମନ। ସୋମବାର ସିବିଆଇରେ ହାଜର ପାଇଁ ସମନ କରିଛି ସିବିଆଇ । ଏସଆଇ କେଳେଙ୍କାରୀରେ ଏହି ଡିଏସପିଙ୍କର ପ୍ରମୁଖ ଭୁମିକା ରହିଥିବା ସିବିଆଇ ଜାଣିବାକୁ ପାଇଛି। ପୂର୍ବରୁ ଗିରଫ ବିରଞ୍ଚି ନାୟକକୁ ଜେରା ବେଳେ ନିମାଇଁ ଓ ଅର୍ଜୁନର ସଂପୃକ୍ତି ସମ୍ପର୍କରେ ସିବିଆଇ ଜାଣିବାକୁ ପାଇଥିଲା । ଏହାପରେ ଅର୍ଜୁନ ଓ ନିମାଇଁକୁ ଗିରଫ କରି ରିମାଣ୍ଡରେ ଆଣି ପଚରା ଉଚୁରାକରୁଛି ସିବିଆଇ । ଏହି ତିନି ଜଣଙ୍କ ନିକଟରୁ ଅନେକ ତଥ୍ୟ ହାସଲ କରିଛି ସିବିଆଇ । ଘଟଣାରେସଂପୃକ୍ତ ଧର୍ମେନ୍ଦ୍ର ନାମକ ବ୍ୟକ୍ତିକୁ ଠାବ କରିବାକୁ ତନାଘନା ଚଳାଇଛି ସିବିଆଇ । ଏହି ବ୍ୟକ୍ତି କିଏ। ଧର୍ମେନ୍ଦ୍ରର ଏସଆଇ କେଳେଙ୍କାରୀରେ କ’ଣ ସମ୍ପର୍କ ତାହା ସ୍ପଷ୍ଟ କରିନାହିଁ ସିବିଆଇ ।