LIVE TV

ପଞ୍ଜାବୀ ସଂଗୀତ ଜଗତକୁ ବଡ଼ ଝଟ୍‌କା, ଆଉ ଜଣେ ଗାୟକଙ୍କ ଜୀବନ ନେଲା ସଡ଼କ ଦୁର୍ଘଟଣା

NEWS7
unknown-vehicle-accident-in-kandhamal-2-school-student-dead-1serious

ନୂଆଦିଲ୍ଲୀ: ପଞ୍ଜାବ ସଂଗୀତ ଜଗତକୁ ବଡ଼ ଝଟକା ଲାଗିଛି। ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ୩୭ ବର୍ଷୀୟ ହରମନ ସିଦ୍ଧୁଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଅନ୍ୟ ଜଣେ ଯୁବ ଗାୟକ ରାଜବୀର ଜଓ୍ବାନ୍ଦାଙ୍କ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା । ଦେଢ଼ ମାସ ମଧ୍ୟରେ ଦୁଇ ଜଣ ଯୁବ ପଞ୍ଜାବୀ ଗାୟକଙ୍କ ମୃତ୍ୟୁ ହୋଇଛି । ଏହା ପଞ୍ଜାବ ସଂଗୀତ ଜଗତକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ଦୁଇ ଯୁବ ଗାୟକଙ୍କୁ ହରାଇ କେବଳ ସଂଗୀତ ଜଗତ ନୁହେଁ, ସମଗ୍ର ରାଜ୍ୟରେ ଶୋକ ।

ନିଜର ଅନେକ ଲୋକପ୍ରିୟ ଗୀତ ଲାଗି ଖୁବ ଚର୍ଚ୍ଚାରେ ଥିଲେ ହରମନ ସିଦ୍ଧୁ । ତାଙ୍କର ‘ପେପର ୟା ପ୍ୟାର’ ସୁପରହିଟ୍ ହୋଇଥିଲା । ସେ ଲୋକପ୍ରିୟ ଗାୟିକା ମିସ୍ ପୂଜାଙ୍କ ସହ ବହୁ ହିଟ୍ ଆଲବମ୍ ରେକର୍ଡ କରିଥିଲେ । ଏଥିରେ, ‘ଲଭ୍ ମ୍ୟାରେଜ’, ‘ପଇ ଗୟା ପ୍ୟାର’ ଏବଂ ‘ଖୁଲିୟାଁ ଖିଡକିୟାଁ’ଆଦି ସାମିଲ ।

ହରମନ ସିଦ୍ଧୁଙ୍କ ଅବେଳ ମୃତ୍ୟୁ ଖବର ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ସୋସିଆଲ ମିଡିଆରେ ସିଙ୍ଗର ସିଦ୍ଧୁଙ୍କୁ ତାଙ୍କର ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବର ୨୧ (ଶୁକ୍ରବାର) ବିଳମ୍ବିତ ରାତିରେ ହରମନ ସିଦ୍ଧୁ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଗାଡ଼ି ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ହରମନ ସିଦ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିଲା ।