ସେନାର ବିଶ୍ୱସ୍ତ ଯୋଦ୍ଧା ‘ଟାଇସନ’, ଗୁଳି ଖାଇ ମଧ୍ୟ ଆତଙ୍କବାଦୀଙ୍କୁ ଉପରକୁ ଡେଇଁ ପଡିଲା...

NEWS7
unique-wedding-in-17-minutes-took-place-in-up

ନୂଆଦିଲ୍ଲୀ, ୨୪/୦୨: ଜମ୍ମୁ-କାଶ୍ମୀରରେ ସେନା ଆରମ୍ଭ କରିଛି ବଡ ଅପରେସନ । ଆତଙ୍କବାଦୀଙ୍କୁ ନିପାତ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଅପରେସନର ପ୍ରଥମ ଦିନରେ ତିନି ଜଣ ଆତଙ୍କୀ ନିହତ ହୋଇଥିଲେ । ପରେ ଲୁଚିଥିବା ସମସ୍ତ ୭ ଆତଙ୍କବାଦୀଙ୍କୁ ସେନା ସଫା କରିଦେଇଛି । ତେବେ ସେନାର ଏହି ଅପରେସନରେ ସାମିଲ ଥିଲା ଟାଇସନ୍ । ସେନାର କେ-୯ ୟୁନିଟର ଏକ ସାହସୀ କୁକୁର ହେଲା ଟାଇସନ୍ । ଯାହାର ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରିପୋର୍ଟ ଅନୁସାରେ, କିସ୍ତଓ୍ୱାଡରେ କିଛି ଆତଙ୍କୀ ଲୁଚି ରହିଥିବା ବାବଦରେ ଖବର ମିଳିଥିଲା । ଯାହା ପରେ ସେନା କମ୍ବିଂ ଅପରେସନ ଆରମ୍ଭ କରିଥିଲା । ଏଥିରେ ଟାଇସନକୁ ବ୍ୟବହାର କରାଯାଇଥିଲା । ଆତଙ୍କୀଙ୍କ ତଲାସି ବେଳେ ଟାଇସନ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଆଦିଲ ପାଖରେ ଟାଇସନ୍ ପହଁଚି ଯାଇଥିଲା । ତାକୁ ଗୁଳି ବାଜିଥିଲେ ବି ସେ ହାର୍ ମାନିନଥିଲା । ବରଂ ଆତଙ୍କବାଦୀଙ୍କ ଆଡ୍ଡାର ସନ୍ଧାନ କରିବାରେ ସେ ସଫଳ ହୋଇଥିଲା ।

ରେ ରହିଥିଲା ଟାଇସନ୍

ଯବାନମାନେ କମ୍ବିଂ ଆରମ୍ଭ କରିଥିଲେ । ସେମାନଙ୍କ ଆଗରେ ଥିଲା ଟାଇସନ୍ । ଆତଙ୍କୀଙ୍କ କାବୁ କରିବାକୁ ସେ ଆଗକୁ ବଢିଥିଲା । କିନ୍ତୁ ଲୁଚି ରହିଥିବା ଆତଙ୍କବାଦୀ ତା ଉପରେ ଗୁଳି ଚାଳନା କରିଥିଲେ । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲା ।

ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ

ଟାଇସନ୍ ପୂର୍ବରୁ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହୋଇଛି । ତାକୁ ଆତଙ୍କବାଦୀଙ୍କ ଗତିବିଧି ଠାବ ସହ ବିସ୍ଫୋରକକୁ ଚିହ୍ନଟ, ଆତଙ୍କବାଦୀଙ୍କ ଲୋକେସନ୍ ଟ୍ରାକ୍ କରିବା ଆଦିରେ ତାଲିମ ପ୍ରଦାନ କରାଯାଇଥିଲା । ଏବେ ଆଦିଲ ବିପକ୍ଷ ଅପରେସନରେ ଟାଇସନର ସୂଚନା ସେନାକୁ ଅନେକ ଫାଇଦା ଦେଇଥିଲା ।

ଉଦ୍ଧମପୁରରେ ଚାଲିଛି ଚିକିତ୍ସା

ଆହତ ହେଲା ପରେ ଯବାନମାନେ ତୁରନ୍ତ ଟାଇସନକୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ପରେ ତାକୁ ସେନା ହସ୍ପିଟାଲ ପଠାଯାଇଛି । ଏଠାରେ ବିଶେଷଜ୍ଞ ଟିମ୍ ତା ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତାର ନଜର ରଖିଛନ୍ତି । ସେ ଶୀଘ୍ର ସୁସ୍ଥ ହେବ ବୋଲି ଯବାନମାନେ ଆଶା କରୁଛନ୍ତି ।