କୁକୁର ଛୁଆକୁ ମାଡ଼ ବେଳେ ପ୍ରତିବାଦ କରି ଝିଆରୀ ଆକ୍ରମଣର ଶୀକାର, ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର

NEWS7
union-minister-pratap-sarangi-flag-hoisting-at-delhi-residence

ନିଶ୍ଚିନ୍ତକୋଇଲି ୬।୩: କୁକୁର ଛୁଆ ପାଇଁ ମହାଭାରତ । ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର । ଆଉ ଗୁରୁତର ଅବସ୍ଥାରେ ସାନ ଭାଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ । ଏଭଳି ସ୍ପର୍ଶ କାତର ଘଟଣାକୁ ତିନି ଦିନ ବିତିଗଲାଣି । ହେଲେ ପୋଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ । ଫଳରେ ଏ ଘଟଣାରେ ମାନବାଧିକାର କର୍ମୀ ହସ୍ତକ୍ଷେପ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ହୋଲି ଖୁସି ରହିଲାନି ବେଶୀ ସମୟ ; ଛୁଟି ସାରି ଫେରୁଥିଲେ, ଟ୍ରେନ୍‌ରେ ଛକିଥିଲା ଯମ

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅନ୍ତର୍ଗତ ଦେବରାଳ ଗାଁର ସାନ ଭାଇ ରାଜକିଶୋର ଦାସଙ୍କୁ ତାଙ୍କ ବଡ଼ ଭାଇ ବ୍ରଜକିଶୋର ଦାସ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଏବଂ ବ୍ରଜକିଶୋରଙ୍କ ଝିଅ ପାଳିଥିବା କୁକୁର ଛୁଆକୁ ରାଜକିଶୋର ମାଡ଼ ମାରିବାରୁ ବ୍ରଜକିଶୋରଙ୍କ ଝିଅ ପ୍ରତିବାଦ କରିଥିଲେ । ଫଳରେ ରାଜକିଶୋର କୁକୁର ଛୁଆକୁ ଛାଡି ବ୍ରଜକିଶୋକଙ୍କ ଝିଅକୁ ମାଡ଼ ମାରିଥିଲେ ବୋଲି ତାଙ୍କ ମା' ଅଭିଯୋଗ କରିଛନ୍ତି । ଝିଅକୁ ସାନ ଭାଇ ରାଜକିଶୋର ମାଡ଼ ମାରୁଥିବା ଦେଖିବା ପରେ ଉତକ୍ଷିପ୍ତ ହୋଇପଡିଥିଲେ । ଫଳରେ ବ୍ରଜକିଶୋର ଗୋଟିଏ ତେଣ୍ଟା ଧରି ରାଜକିଶୋରଙ୍କ ଛାତିକୁ ଆକ୍ରମଣ କରିଥିଲେ । ଫଳରେ ସାନ ଭାଇଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏ ଖବର ବି ପଢ଼ନ୍ତୁ:-ଟ୍ରେନରେ ଯାତ୍ରା କରୁଥିଲେ ବିଚାରପତିଙ୍କ ସ୍ତ୍ରୀ, ବାଥରୁମରୁ ମିଳିଲା ମୃତଦେହ...ଷ୍ଟେସନରେ ଅପେକ୍ଷା କରିଥିଲେ ସ୍ୱାମୀ

ଗୁରୁତର ରାଜକିଶୋରଙ୍କ ସ୍ତ୍ରୀ ଏ ନେଇ ନେମାଳ ଥାନାରେ ଗତ ୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ନେମାଳ ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା । କିନ୍ତୁ ଏ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ଏ ଘଟଣାରେ ମାନବାଧିକାର କର୍ମୀ ହସ୍ତକ୍ଷେପ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ନେମାଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ଭାଇ ସ୍ଥାନୀୟ ଗୋପାଳ ଜୀଉ ମଠର ପୂଜକ ଥିବା ଜଣାପଡିଛି ।