ମହାନଦୀରେ ଅଘଟଣ, ପାଣିରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ

NEWS7
union-minister-dharmendra-pradhan-lit-earthen-lamps

ଆଠଗଡ଼ ୦୫।୦୩ : ମହାନଦୀରେ ଅଘଟଣ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । ଆଠଗଡ଼ ଥାନା କନ୍ଦରପୁର ଗାଁ ଅମଙ୍ଗେଇ କୁଦରେ ଗାଧୋଉଥିବା ବେଳେ ବୁଡ଼ି ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣ ହେଲେ କନ୍ଦରପୁର ଗାଁର ଚିନ୍ମୟ ଦାସ ଏବଂ ଆଠଗଡ଼ ଶାସନ ସାହିର ସିପୁ ମିଶ୍ର ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଆଠଗଡ଼ ଅଞ୍ଚଳ ୬ ଜଣ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ପାଣିରେ ବୁଡ଼ିଯାଇଥିଲେ । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ବହୁ ଖୋଜାଖୋଜି ପରେ ସେହି ଦୁଇ ଜଣ ଛାତ୍ରଙ୍କ ସଠିକ ତଥ୍ୟ ମିଳିନଥିଲା । ଶେଷରେ କିଛି ସମୟ ପରେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ କନ୍ଦରପୁର ଗ୍ରାମର ଚିନ୍ମୟ ଦାସ ଏବଂ ଆଠଗଡ଼ ଶାସନ ସାହିର ସିପୁ ମିଶ୍ର।