‘ଚଳିତ ବର୍ଷ ସମୁଦ୍ରରେ ରାଜୁତି କରିବୁ’; ପୁଣି ଧମକ ଦେଲା ଲସ୍କର ଆତଙ୍କବାଦୀ

NEWS7
union-minister-dharmendra-pradhan-inaugurates-smart-classroom-project

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୁରର ସଫଳତା ପରେ ଲସ୍କର-ଏ-ତୈବାର ଉପମୁଖ୍ୟ ସୈଫୁଲ୍ଲା ଖାଲିଦ କସୁରୀ ବିଚଳିତ ହୋଇପଡ଼ିଛି। ଏହ ସହ ସେ ପୁଣି ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛି। ପାକିସ୍ତାନର ମୁରିଦକେରେ କସୁରୀ ଖୋଲାଖୋଲି ଭାବରେ ଭାରତ ବିରୁଦ୍ଧରେ ଧମକ ଦେଇଛି । ସୈଫୁଲ୍ଲା କହିଛି, ‘୨୦୨୫ ରେ ଆମେ ଆକାଶ ଉପରେ ରାଜୁତି କରିଥିଲୁ; ୨୦୨୬ ରେ, ଆମେ ସମୁଦ୍ରରେ ରାଜୁତି କରିବୁ।’

ସୈଫୁଲ୍ଲା ଆହୁରି କହିଛି ଯେ, ୨୦୨୫ ପାକିସ୍ତାନ ପାଇଁ "ବାୟୁର ରାଜକୁମାର" ହେବାର ବର୍ଷ ଥିଲା ଏବଂ ଏବେ ଏହା ୨୦୨୬ ଏବଂ ବର୍ଷ ଶେଷ ହେବା ପୂର୍ବରୁ ପାକିସ୍ତାନ ମଧ୍ୟ "ସମୁଦ୍ରର ରାଜକୁମାର" ହୋଇଯିବ। ସୁରକ୍ଷା ଏଜେନ୍ସିଗୁଡ଼ିକର ମତରେ ସୈଫୁଲ୍ଲା ଉତ୍ତେଜନାମୂଳକ ପରିସ୍ଥିତି ଲାଗି ଏଭଳି ବୟନ ଦେଉଛି । ଅପରେସନ ସିନ୍ଦୁରରେ ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନ ଭୋଗିଥିବା ପରାଜୟକୁ ସେ ସହଜର ଗ୍ରହଣ କରିପାରୁ ନାହିଁ । ଏବେ ସେ ଭାରତୀୟ ନୌସେନାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛି।

ସୈଫୁଲ୍ଲା ପୂର୍ବରୁ ଏକ ବିବୃତ୍ତିରେ ଲସ୍କର-ଏ-ତୈବାର ଜଳ ବାହିନୀ ଦ୍ୱାରା ଆକ୍ରମଣ ସମ୍ପର୍କରେ କହିସାରିଛି। ତେବେ ସୈଫୁଲାର ଏହି ବୟାନ କେବଳ ଧମକ ନୁହେ, ବରଂ ଆତଙ୍କବାଦୀ ସଂଗଠନ ଦ୍ବାରା ଜାରି ରହିଥିବା ପ୍ରୟାସ ଆଡ଼କୁ ଇଙ୍ଗିତ କରୁଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଲସ୍କରର ଶହ ଶହ ପ୍ରଶିକ୍ଷିତ ସ୍କୁବା ଡାଇଭର ଅଛନ୍ତି। ସେମାନେ ପାକିସ୍ତାନର ବିଭିନ୍ନ ସ୍ଥାନରେ ପାଣିରେ ସ୍ୱତନ୍ତ୍ର ତାଲିମ ନେଉଛନ୍ତି।

ତାଲିମ କେନ୍ଦ୍ରଗୁଡ଼ିକରେ ଉନ୍ନତ ଉପକରଣ, ଅକ୍ସିଜେନ କିଟ୍ ଏବଂ ସ୍ପିଡ୍ ବୋଟ୍ ବ୍ୟବହାର କରାଯାଉଛି। ସମୁଦ୍ରରେ ଆକ୍ରମଣ କରିବାକୁ ଲସ୍କର ଆତଙ୍କବାଦୀ ପ୍ରସ୍ତୁତି କରୁଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି । ଏହି ବିପଦକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି । 26/11 ମୁମ୍ବାଇ ଆକ୍ରମଣ ମଧ୍ୟ ସମୁଦ୍ର ପଥ ଦେଇ କରାଯାଇଥିଲା । ଲସ୍କର-ଏ-ତୈବା ଆତଙ୍କବାଦୀମାନେ କରାଚୀରୁ ଡଙ୍ଗା ମାଧ୍ୟମରେ ଭାରତରେ ପ୍ରବେଶ କରିଥିଲେ।

ସୁରକ୍ଷା ଏଜେନ୍ସିଗୁ ସ୍ପଷ୍ଟ କରିଛନ୍ତି ଯେ, ଭାରତର ସାମୁଦ୍ରିକ ସୀମାରେ କଡ଼ା ନଜର ରଖାଯାଇଛି ଏବଂ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।