ଅଭିଷେକ ଅସୁସ୍ଥ ! କରିଲେନି ପ୍ରାକ୍ଟିସ୍, ପାକିସ୍ତାନ ବିପକ୍ଷରେ ଖେଳିବେ ନା ନାହିଁ ?

NEWS7
union-minister-dharmendra-pradhan-inaugurates-smart-classroom-project

ନୂଆଦିଲ୍ଲୀ, ୧୧|୦୨: ଭାରତୀୟ ଦଳ ଏବେ ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛି । ଆମେରିକା ବିପକ୍ଷ ପ୍ରଥମ ମୁକାବିଲାରେ ଦଳ ବଡ ସ୍କୋର କରିପାରିନଥିଲେ ବି ବୋଲରମାନେ ବିଜୟ ସହଜ କରିଦେଇଥିଲେ । ତେବେ ମୁକାବିଲାକରେ ଫେଲ୍ ହୋଇଥିଲେ ଓପନର ଅଭିଷେକ ଶର୍ମା । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଆଗାମୀ ଦିନରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ । ସେଥିପାଇଁ ଅଭିଷେକ ରନ୍ ସ୍କୋର କରିବା ନିହାତି ଆବଶ୍ୟକ । ହେଲେ ଗୁରୁବାର ସେ ଅଭ୍ୟାସରୁ ଦୂରରେ ରହିଛନ୍ତି । ପେଟ ଜନିତ ସମସ୍ୟା ପାଇଁ ସେ ଅଭ୍ୟାସ କରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜଣା ପଡିଛି ।

ଭାରତୀୟ ଦଳର ସହାୟକ କୋଚ୍ ରିୟାନ୍ ଟେନ୍ କହିଛନ୍ତି ଯେ, ଅଭିଷେକଙ୍କୁ ବିଶ୍ରାମ ଦରକାର । ସେ ପେଟ ଜନିତ ସମସ୍ୟାରେ ପୀଡିତ ଥିଲେ । ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ତଥାପି ଗୁରୁବାର ସେ ଅଭ୍ୟାସ କରିବେନାହିଁ । ତାଙ୍କ ଜାଗାରେ ଓ୍ୱାସିଂଟନ ସୁନ୍ଦର ଅଭ୍ୟାସ କରୁଛନ୍ତି । ଯଦି ସେ ସୁସ୍ଥ ନହୁଅନ୍ତି ତେବେ ନାମିବ୍ୟା ବିପକ୍ଷ ମ୍ୟାଚରେ ମଧ୍ୟ ଅଭିଷେକ ବାଦ୍ ପଡିପାରନ୍ତି ।

ଅନ୍ୟ ଦିଗରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କୁ ନେଇ ବଡ ଖବର ଆସିଛି । ସେ ସମ୍ପୂର୍ଣ୍ଣ ଫିଟ୍ ରହିଛନ୍ତି । ତାଙ୍କର ଜ୍ୱର ଭଲ ହୋଇଯାଇଛି । ନେଟ୍ସରେ ମଧ୍ୟ ଜୋରଦାର ଅଭ୍ୟାସ କରିଛନ୍ତି । ବୁଧବାର ସେ ନେଟ୍ସରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବୋଲିଂ କରିଥିଲେ । ତାଙ୍କର ଲାଇନ୍ ଲେନଥ୍ ସବୁ ସଠିକ ରହିଥିଲା ।

ସେହିପରି ଭାରତୀୟ ଦଳର ବ୍ୟାଟରଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଏବଂ ତିଲକ ବର୍ମା ଜୋରଦାର ପ୍ରାକ୍ଟିସ କରିଛନ୍ତି । ବୋଲର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନେଟ୍ସରେ ଖୁବ୍ ଝାଳ ବୁହାଇଛନ୍ତି । ତାଙ୍କ ପାଖରେ ବିଶ୍ୱସ୍ତରୀୟ ବ୍ୟାଟରଙ୍କୁ ଚକମା ଦେବାର କ୍ଷମତା ରହିଛି । ମିଷ୍ଟ୍ରି ସ୍ପିନର ଭାବେ ଅନେକ ମୁକାବିଲାରେ ସେ ଦଳକୁ ଦରକାର ବେଳେ ଓ୍ୱିକେଟ୍ ଉପହାର ଦେଇଛନ୍ତି ।

ପାକିସ୍ତାନ ବିପକ୍ଷରେ ଖେଳିବେ ଅଭିଷେକ

ଅଭିଷେକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଯଦି ନାମିବ୍ୟା ବିପକ୍ଷରେ ତାଙ୍କୁ ବ୍ରେକ୍ ମିଳେ ତେବେ ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । ଯାହା ତାଙ୍କୁ ବଡ ସ୍କୋର କରିବାରେ ସାହାଯ୍ୟ କରିବ । ସେହିପରି ଭଲ ଭାବେ ବ୍ରେକ୍ ନେଇ ଅଭ୍ୟାସ କରିପାରିବେ । ତେବେ ସେ ଶୀଘ୍ର ସୁସ୍ଥ ହୋଇ ଅଭ୍ୟାସ ସେସନ୍ସରେ ସାମିଲ ହେବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।