କୋଟିପତି ବିଜନେସମ୍ୟାନଙ୍କୁ ଡେଟ୍ କରୁଛନ୍ତି ତୃପ୍ତି, ଫଟୋ ସେୟାର କରି କନଫର୍ମ କଲେ ରିଲେସନଶିପ୍ !

NEWS7
union-minister-amit-shah-congratulates-the-people-of-the-state

ମୁମ୍ଵାଇ ୦୧।୦୨; ବଲିଉଡ୍‌ର ଗର୍ଜିଅସ ଅଭିନେତ୍ରୀ ତୃପ୍ତି ଡିମ୍ରୀ। ବର୍ତ୍ତମାନ ସେ ଫିଲ୍ମ ଓ ରୋମିଓ ପାଇଁ ଚର୍ଚ୍ଚାରେ ଅଛନ୍ତି । ହେଲେ ଏହାରି ମଧ୍ୟରେ ତାଙ୍କ ଲଭ ଲାଇଫ୍ ମଧ୍ୟ ଶୀର୍ଷରେ ଅଛି । ତୃପ୍ତିଙ୍କ ନାମ ଦୀର୍ଘ ଦିନ ହେବ ବିଜନେସମ୍ୟାନ ସ୍ୟାମ ମର୍ଚାଣ୍ଟ ସହ ଯୋଡି ହୋଇଛି । କୁହାଯାଉଛି ଦୁହେଁ ସିକ୍ରେଟଲି ପରସ୍ପରକୁ ଡେଟ୍ କରୁଛନ୍ତି। ଡେଟିଂ ଚର୍ଚ୍ଚା ମଧ୍ୟରେ ତୃପ୍ତି ବୟଫ୍ରେଣ୍ଡ ସ୍ୟାମଙ୍କୁ ସ୍ପେଶାଲ ଅନ୍ଦାଜ୍‌ରେ ବର୍ଥଡେ ୱିଶ୍ କରିଛନ୍ତି । ଏତିକି ହିଁ ନୁହେଁ ମ୍ୟାମଙ୍କ ବର୍ଥଡେ ସେଲିବ୍ରେସନରେ ମଧ୍ୟରେ ନଜର ଆସିଛନ୍ତି।

ତୃପ୍ତି ନିଜ ଇନଷ୍ଟାଷ୍ଟୋରୀରେ ସ୍ୟାମଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଏହା ସହ ସେ ସ୍ୟାମଙ୍କ ବର୍ଥଡେ ୱିଶ୍ କରିବା ସହ ବହୁତ ପ୍ରେମ ବର୍ଷା କରିଛନ୍ତି। ସ୍ୟାମ ବର୍ଥଡେ ସେଲିବ୍ରେସନ ଭିଡିଓ ନିଜ ଇନଷ୍ଟା ହ୍ୟାଣ୍ଡେଲ୍ରେ ସେୟାର କରିଛନ୍ତି । ଏଥିରେ ସେ ତାଙ୍କର ପୂରା ପରିବାର ସହ ତୃପ୍ତି ମଧ୍ୟ ନଜର ଆସିଛନ୍ତି । ତୃପ୍ତି ଓ ସ୍ୟାମ କେକ୍ କାଟିଲା ବେଳେ ଚିଅର କରୁଥିବାର ନଜର ଆସିଥିଲେ। ଏତିକି ହିଁ ନୁହେଁ ତାଙ୍କ ହସରୁ ଜଣାପଡୁଥିଲା ସେ କେତେ ଖୁସି ଅଛନ୍ତି ।

ବର୍ତ୍ତମାନ ଦୁହିଁଙ୍କର ଏହି ଭିଡିଓ ଦେଖି ତାଙ୍କ ରିଲେଶନସିପ୍ ଖବର କନଫର୍ମ ହୋଇଛି । ଫ୍ୟାନ୍ସ କହୁଛନ୍ତି କି ଦୁହିଁଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି । କହିବାକୁ ଗଲେ ତୃପ୍ତି ଓ ସ୍ୟାମ ଅନେକ ଥର ଭ୍ୟାକେସନରେ ନଜର ଆସିଛନ୍ତି । ହେଲେ ଦୁହେଁ ଏପର୍ଯ୍ୟନ୍ତ ସମ୍ପର୍କକୁ ନେଇ କୌଣସି ପ୍ରକାରର କନଫର୍ମ କରି ନାହାନ୍ତି । ସ୍ୟାମଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ମଡେଲ ଭାବେ କାମ କରିଛନ୍ତି। ଏବେ ସେ ବିଜନେସ୍ ଦୁନିଆରେ ଆକ୍ଟିଭ୍ ଅଛନ୍ତି । ସେ ଅନେକ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି ।