LIVE TV

ଏକତା କପୁରଙ୍କ ପ୍ରୋଜେକ୍ଟ ସାଇନ କଲେ ନିତାଂଶୀ, ଦେବରକୋଣ୍ଡାଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

NEWS7
union-minister-amit-shah-congratulates-the-people-of-the-state

ମୁମ୍ବାଇ ୩୧।୧୦: ଗୋଟିଏ ପରେ ଗୋଟିଏ ଦମ୍‌ଦାର ପ୍ରୋଜେକ୍ଟକୁ ନେଇ ଖବରର ଶିରୋନାମା ହୋଇଛନ୍ତି ନିତାଂଶୀ ଗୋଏଲ । କିରନ ରାଓଙ୍କ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫିଲ୍ମ ‘ଲାପତା ଲେଡିଜ୍‌’ରେ ଦର୍ଶକୀୟ ଆଦୃତି ପାଇବା ପରେ ନିଜର ପ୍ରତିଭା ପାଇଁ ଖୁବ୍‌ ଲୋକପ୍ରିୟତା ସାଉଁଟୁଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ଏକତା କପୁରଙ୍କ ଆଗାମି ପ୍ରୋଜେକ୍ଟରେ ଅଭିନୟ କରିବେ ନିତାଂଶୀ । ବର୍ତ୍ତମାନ ପାଇଁ ନିର୍ମାତା ଫିଲ୍ମ ବିଷୟରେ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି ।

ନିତାଂଶୀ ଏବେ ଆଉ ଏକ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ଶେଷ କରି ଖୁବ୍‌ଶୀଘ୍ର ଏକତାଙ୍କ ପ୍ରୋଜେକ୍ଟରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । ଆହୁରି ଚର୍ଚ୍ଚା ହେଉଛି, ନିତାଂଶୀ ନୂଆ ପ୍ରୋଜେକ୍ଟରେ ତେଲୁଗୁ ଷ୍ଟାର୍‌ ଆନନ୍ଦ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ଏହା ତାଙ୍କ ସିନେ କ୍ୟାରିଅରରେ ଆଉ ଏକ ଅଧ୍ୟାୟ ଯୋଡ଼ିବ ।

ରତ୍ନା ସିହ୍ନାଙ୍କ ନିର୍ଦ୍ଦେଶନାରେ ଏକ ରୋମାଣ୍ଟିକ୍‌ ଡ୍ରାମାରେ ନିତାଂଶୀ ଓ ଅଭୟ ବର୍ମାଙ୍କୁ କାଷ୍ଟ୍‌ କରାଯାଇଥିବା ଚର୍ଚ୍ଚା ହେଉଛି । ଏହା ୨୦୧୭ରେ ମୁକ୍ତିପ୍ରାପ୍ତ ‘ଶାଦି ମେଁ ଜରୁର୍‌ ଆନା’ର ସିକ୍ୱେଲ ହେବ । ଏଥିରେ ରାଜକୁମାର ରାଓ ଓ କ୍ରିତି ଖରବନ୍ଦା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥର ଫିଲ୍ମରେ ନୂଆ ପିଢ଼ିର ପ୍ରେମ ଓ ସମ୍ପର୍କ ଉପରେ ଫୋକସ୍‌ କରାଯିବ ।