LIVE TV

ସ୍କୁଲ ସାଇଟେଡ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ ଶୁଭାଂଶୁ ଶୁକ୍ଲା, ବଖାଣିଲେ ମହାକାଶ ଯାତ୍ରାର ସଫଳତା କାହାଣୀ

NEWS7
union-hr-minister-ramesh-pokhriyal-nishankat-soa

ଭୁବନେଶ୍ୱର,୨୬। ୧୧ : ଓଡ଼ିଶା ଗସ୍ତରେ ଆସିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆଜି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍ର ନବମ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରା ସହ ମହାକାଶ ବିଜ୍ଞାନ ସଂପର୍କରେ ଅନୁଭୂତି ବାଣ୍ଟିଛନ୍ତି ।

ଭୁବନେଶ୍ବର ସ୍କୁଲ ସାଇଟେଡ୍ କାର୍ଯ୍ୟକ୍ରମରେ ଅନୁଭୂତି ବାଣ୍ଟିଲେ ଶୁଭାଂଶୁ ଶୁକ୍ଲା । ଶୁକ୍ଳା କହିଛନ୍ତି, ଓଡ଼ିଶା ଆସି ବହୁତ ଖୁସି ଲାଗୁଛି । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା । ପିଲାମାନଙ୍କୁ କହିଲେ କି ‘ପ୍ରଥମ ୪/୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ, ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ତା ଠାରୁ ଆହୁରି ଚ୍ୟାଲେଞ୍ଜିଂ ଥିଲା । କାରଣ ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, କିନ୍ତୁ ଖୋଲିଯାଇ ପାରିବ । ସେଥିପାଇଁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ। ୨୦୨୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ବୋଲି ଶୁଭାଂଶୁ କହିଥିଲେ । ଗଗନଯାନ ମିଶନର ଏବେ କାମ ଚାଲିଛି ।

ଛାତ୍ରଛାତ୍ରୀଙ୍କ ସହ ମିଶି ମୋର ଅନୁଭୂତି ବାଣ୍ଟି ଉତ୍ସାହିତ ଅଛି । ଓଡ଼ିଶାର ଛାତ୍ରଛାତ୍ରୀମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ବହୁତ ଆଗକୁ ଯାଆନ୍ତୁ । ଯେଉଁମାନେ ଏହି କ୍ଷେତ୍ରରେ ଅଧିକ ଆଗ୍ରହୀ ସେମାନଙ୍କୁ ଉତ୍ସାହିତ କରିବି । ସୂଚନାଯୋଗ୍ୟ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ଶୁକ୍ଲା ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରାର ସଫଳ କାହାଣୀ ଛାତ୍ରଛାତ୍ରୀଙ୍କ ପାଖେ ବର୍ଣ୍ଣନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେବେ।