କ୍ରିକେଟ୍ ଖେଳକୁ ନେଇ ମହାଭାରତ, ହାରିବା ପରେ ବ୍ୟାଟରେ ଆକ୍ରମଣ

NEWS7
union-budget-will-not-print-this-year-know-why

ଭୁବନ ୨୦।୦୧ : କ୍ରିକେଟ୍ ଖେଳକୁ ନେଇ ମହାଭାରତ । ହାରିଗଲେ ବୋଲି ବିପକ୍ଷ ଦଳର ଖେଳାଳିଙ୍କୁ ଲହୁଲୁହାଣ କଲେ ଖେଳାଳି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସାଇରାମପୁର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସାଇରାମପୁର ଗାଁରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ଓ ରାସୋଳ ଟିମ୍ ମଧ୍ୟରେ ଫାଇନାଲ ମୁକାବିଲା ଚାଲିଥିଲା । ଶେଷ ଓଭରରେ ରାସୋଳକୁ ଦରକାର ଥିଲା ଚାରି ରନ । ଶେଷରେ ଏହି ରନ୍ କରିନପାରି ପରାସ୍ତ ହୋଇଥିଲା ରାସୋଳ ଟିମ୍ । ଏଥିରେ ଉତକ୍ଷିପ୍ତ ହୋଇ ରାସୋଳ ଟିମର ଖେଳାଳି ବ୍ୟାଟରେ କୁହିକା ଦ ପ୍ଲେୟାର ପ୍ରସିତ ବାରିକଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ପ୍ରସିତ ବାରିକଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା । ଏହାପରେ ତାଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।