ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ୬ ମାସ ପୂର୍ବରୁ ରିପୋର୍ଟ ଦେବାକୁ CSଙ୍କ ନିର୍ଦ୍ଦେଶ

NEWS7
under-construction-bolangir-suktel-bridge-collapsed

ପୁରୀ ୧୩।୦୧ : ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସମସ୍ତ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଆଗକୁ ପ୍ରତି ମାସରେ ରଥ ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରାଯିବ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ କରିବା ସହ କେମିତି ଏହି ସବୁ ତ୍ରୁଟିରେ ସୁଧାର କରାଯିବ । ସେସଂପର୍କରେ ଆଲୋଚନା କରାଯିବ । ଏହାସହି ତ୍ରୁଟି ସୁଧାରିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ । ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସ୍ୱାସ୍ଥ୍ୟ, ପିଇବା ପାଣି, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ଏହାସହିତ ରଥଯାତ୍ରା ସମୟରେ ଭିଡ଼ ପରିଚଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୀକ୍ଷା ବୈଠକରେ ପୋଲିସ ଡିଜି, ଅଗ୍ନିଶମ ବିଭାଗ ଡିଜିଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଉପସ୍ଥିତ ରହିଥିଲେ ।