ବିବାଦରୁ ସର୍ବନାଶ, ଆଖିପିଛୁଳାକେ ପିଟି ପିଟି ତିନି ଜଣଙ୍କୁ ମାରିଦେଲା ଜହ୍ଲାଦ ସ୍ୱାମୀ

NEWS7
uncle-killed-nephew-in-kalahandi

  • ଦେବଗଡ଼ରେ ଅଭାବନୀୟ ଘଟଣା !
  • ପରିବାର ଲୋକ ସାଜିଲା ହତ୍ୟାକାରୀ !
  • ଏକାସାଙ୍ଗେ ତିନି ଜଣଙ୍କୁ ଦେଲା ମାରି !

ଦେବଗଡ଼ ୧୨।୦୩ : ଖାଇସାରି ଶୋଇଥିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କର ହେବ ଶେଷ ରାତି । ଆଉ ନିଦରୁ ଉଠିବେନି ପରିବାରରେ ତିନି ସଦସ୍ୟ । ସବୁ ଦିନ ପାଇଁ ଆଖି ବୁଜିଦେବେ ସ୍ତ୍ରୀ, ବୋହୂ ଓ ନାତୁଣୀ । ଦେବଗଡ଼ ଜିଲ୍ଲା ଗରିଆପାଲି ଗାଁରେ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଖବର ସାମ୍ନାକୁ ଆସିଛି ।

ଏ ଖବର ବି ପଢନ୍ତୁ:-ପୁଅ ନା ଜହ୍ଲାଦ, ବ୍ଲେଡ୍‌ରେ କାଟିଦେଲା ବାପାର ବେକ

ଖବର ଅନୁଯାୟୀ, ଦେବଗଡ଼ ଗରିଆପାଲି ଗାଁ । ବୁଧବାର ବିଳମ୍ବିତ ରାତିରେ ଗରିଆପାଲି ଗାଁରେ ରମେଶ ଗରିଆ ଘରେ ପାରିବାରିକ କଳହକୁ ନେଇ ବିବାଦ ଦେଖାଦେଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଯେଉଁଥିରେ ରମେଶ ରାଗି ଯାଇ ଘରେ ଥିବା ଏକ ହାମରରେ ପ୍ରଥମେ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲେ । ଯାହାକୁ ବୋହୂ ବିରୋଧ କରିଥିଲେ । ବୋହୂ ବିରୋଧ କରିବା ଦେଖି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ବୋହୂଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏସବୁ ଭିତରେ ସ୍ତ୍ରୀ ଓ ବୋହୂଙ୍କ ପାଖରେ ଥିବା ନାତୁଣୀକୁ ବି ହାମରରେ ଆକ୍ରମଣ କରିଥିଲେ । ଯେଉଁଥିରେ ନାତୁଣୀର ଜୀବନ ଚାଲିଯାଇଛି । ସର୍ବମୋଟ ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଏ ଖବର ବି ପଢନ୍ତୁ:- Rajyasabha Election: ବିଜେଡିକୁ ଘାରିଲା କ୍ରସ ଭୋଟିଂର ଭୟ, ନିଜ ବିଧାୟକଙ୍କ ପାଇଁ ଜାରି କଲା ହୁଇପ୍

ସେପଟେ ଘଟଣା ସଂପର୍କରେ ପଡୋଶୀ ଲୋକ ତୁରନ୍ତ କୁଣ୍ଢେଇଗୋଳ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହଯୋଗ ଲୋଡିପାରେ ବୋଲି ସୂଚନା ମିଳିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରିପାରିନାହିଁ ପୋଲିସ । ଅଭିଯୁକ୍ତକୁ ଗିରଫ ନିମନ୍ତେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।