LIVE TV
LIVE TV

୨୦୨୪-୨୫ରେ କଂଗ୍ରେସକୁ ଚାନ୍ଦାରେ ମିଳିଛି ୫୧୭ କୋଟି ଟଙ୍କା, ଜାଣନ୍ତୁ ବିଜେପିକୁ ମିଳିଛି କେତେ?

NEWS7
unbecoming-of-indian-women-to-sleep-after-rape-hc-notes

ନୂଆଦିଲ୍ଲୀ ୩।୧୨: ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ବୁଧବାର ଏକ ବଡ଼ ସୂଚନା ସେୟାର କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୨୪-୨୫ ବର୍ଷରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଚାନ୍ଦା ଆକାରରେ ୫୧୭ କୋଟିରୁ ଅଧିକ ଟଙ୍କା ମିଳିଛି। କଂଗ୍ରେସକୁ ମିଳିଥିବା ଏହି ଚାନ୍ଦାରେ ଦଳର ନିର୍ବାଚନ ଟ୍ରଷ୍ଟ ପକ୍ଷରୁ ମିଳିଥିବା ୩୧୩ କୋଟି ଟଙ୍କା ମଧ୍ୟ ସାମିଲ। ନିର୍ବାଚନ ଆୟୋଗ ଏହା ବି କହିଛନ୍ତି ଯେ କେଉଁମାନେ କଂଗ୍ରେସକୁ ଚାନ୍ଦା ଦେଇଛନ୍ତି। ଏହାଛଡା ଆୟୋଗ ଶାସକ ବିଜେପି ଚାନ୍ଦା ଆକାରରେ କେତେ ଟଙ୍କା ପ୍ରାପ୍ତ କରିଛି ତାହା ମଧ୍ୟ ସୂଚିତ କରିଛନ୍ତି।

ନିର୍ବାଚନ ଆୟୋଗ ତାଙ୍କ ରିପୋର୍ଟରେ ସୂଚନା ଦେଇଛନ୍ତି ଯେ କଂଗ୍ରେସ ପାର୍ଟିକୁ ଯେଉଁ ୫୧୭ କୋଟି ଟଙ୍କା ମିଳିଛି ସେଥିରେ ଆଇଟିସି ଲିମିଟେଡ, ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ଓ ସେଞ୍ଚୁରୀ ପ୍ଲାଇଉଡ ଇଣ୍ଡିଆ ଲିମିଟେଡ ଭଳି କର୍ପୋରେଟ ସମୂହଙ୍କ ଚାନ୍ଦା ମଧ୍ୟ ରହିଛି। ନିର୍ବାଚନ ଆୟୋଗ ଏହା ବି କହିଛନ୍ତି ଯେ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ପି.ଚିଦାମ୍ବରମ କଂଗ୍ରେସକୁ ଚାନ୍ଦାରେ ୩ କୋଟି ଟଙ୍କା ଦେଇଛନ୍ତି। ସେହିପରି ନ୍ୟୁ ଡେମୋକ୍ରାଟିକ୍ ଇଲେକ୍ଟୋରାଲ ଟ୍ରଷ୍ଟ ଓ ପ୍ରୋଗ୍ରେସିଭ ଇଲୋକ୍ଟୋରାଲ ଟ୍ରଷ୍ଟ ମଧ୍ୟ କଂଗ୍ରେସ ପାର୍ଟି ପାଣ୍ଠିକୁ ଚାନ୍ଦା ଦେଇଛନ୍ତି।

ନିର୍ବାଚନ ଆୟୋଗ ଏହା ବି କହିଛନ୍ତି ଯେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିକୁ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ନିର୍ବାଚନୀ ଟ୍ରଷ୍ଟରୁ କେତେ ଚାନ୍ଦା ମିଳିଛି। ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ବିଜେପିକୁ ୨୦୨୪-୨୫ ବର୍ଷରେ ବିଭିନ୍ନ ନିର୍ବାଚନୀ ଟ୍ରଷ୍ଟରୁ ୯୫୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେହିପରି ଏହି ଅବଧିରେ ପଶ୍ଚିମବଙ୍ଗର ତୃଣମୂଳକଂଗ୍ରେସ (ଟିଏମସି) ୧୮୪.୫ କୋଟି ଟଙ୍କା ଚାନ୍ଦା ମିଳିଥିବା ସୂଚିତ କରିଛନ୍ତି। ଏଥିରେ ନିର୍ବାଚନୀ ଟ୍ରଷ୍ଟରୁ ମିଳିଥିବା ୧୫୩ କୋଟି ଟଙ୍କା ମଧ୍ୟ ସାମିଲ।