ଚାନ୍ଦବାଲି ଘଟଣାକୁ ନିନ୍ଦା କଲା ବିଜେଡି : ସକାଳ ୬ରୁ ଦିନ ୧୨ ଯାଏଁ ଚାନ୍ଦବାଲି ବନ୍ଦ ଡାକରା ଦେଲା ଦଳ

NEWS7
unable-to-recover-2-jcb-operator-until-5th-day-in-jeypore

ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଗୁରୁବାର ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ଦଳ । ଏହି ଦିନ କଳା ଦିବସ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଚାନ୍ଦବାଲିରେ ଏହି ଘଟଣା ଲଜ୍ଜାଜନକ । ଚୋରା ନିଶା ବେପାର ପାଇଁ ଏତେ ବଡ ଲଜ୍ଜାଜନକ ଘଟଣା ଘଟିଲା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ଭଦ୍ରକ ଏସ୍ପି ମନୋଜ ରାଉତ । ଏସ୍ପିଙ୍କ ସୂଚନା ଅନୁସାରେ ଗାଁରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । DIG ମଧ୍ୟ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ ବୋଲି ଏସ୍ପି କହିଛନ୍ତି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଗାଁର ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜଗତସିଂପୁରରୁ ପୋଲିସ ଆଣୁଛି ।

ଏହି ଘଟଣାକୁ ନେଇ ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଛି । ବେଆଇନ ମଦ ଦୋକାନ ଓ ନିଶା କାରବାର ହେଉଥିବା ଘର ଭାଙ୍ଗିବା ଦାବିରେ ଉତ୍ତେଜନା ଲାଗି ରହିଛି । ବାଲିଗାଁ ଛକରେ ନାବାଳିକା ମୃତଦେହ ଛାଡୁ ନାହାନ୍ତି ଲୋକ । ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।