ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର, ଓଡ଼ିଆଙ୍କୁ ନେଇ କହିଲେ ଏମିତି

NEWS7
uk-high-court-dismisses-fugitive-businessman-vijay-mallya-appeal-against-extradition-to-india

ଭୁବନେଶ୍ଵର: ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ଉପସ୍ଥିତ ଦର୍ଶକଙ୍କୁ ଉପଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶାବାସୀ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦିଅନ୍ତି ଆଉ ଏହାକୁ ଧ୍ୟାନ ଦେଇ ନିଜର ଅଳଙ୍କାର ଡିଜାଇନ୍ କରିଛି କଲ୍ୟାଣ ଜୁଏଲର୍ସ। ଅକ୍ଷୟ କୁମାର ଙ୍କୁ ଦେଖିବା ପାଇଁ ଷ୍ଟୋର ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେପଟେ ପ୍ରଶସକ କହିଛନ୍ତି ନିକଟରୁ ଅକ୍ଷୟକୁ ଦେଖି ହାତ ମିଳାଇବା ସ୍ବପ୍ନ ସାକାର ହୋଇଛି । ଏହା ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ଓଡ଼ିଶା ଅନେକ ଥର ଆସିଛନ୍ତି। ବିଶେଷ କରି ଭୁବନେଶ୍ଵରରେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ଓଡ଼ିଶାକୁ ସେ ବେଶ ଭଲ ପାଆନ୍ତି ବୋଲି କହିଥିଲେ।